ଅନାସ୍ଥା ଭୋଟ୍‌ରେ ହାରିଲେ ଢେଙ୍କାନାଳ ଉପନଗରପାଳ

ଢେଙ୍କାନାଳ: ଅନାସ୍ଥା ପ୍ରସ୍ତାବରେ ହାରିଲେ ଢେଙ୍କାନାଳ ପୌର ପରିଷଦ଼ ଉପନଗରପାଳ ନମିତା ବେହେରା। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ତାଙ୍କ ବିରୋଧରେ ୧୯ ଜଣ କାଉନସିଲର୍‌ ଭୋଟ୍‌ ଦେଇଥିଲେ। ବିରୋଧୀ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସକାଳ ୧୧ଟାରେ ଭୋଟିଂ ଆରମ୍ଭ ହୋଇଥିଲା। ପୂର୍ବରୁ ନଗରପାଳ ଅନାସ୍ଥାରେ ହାରିଥିବା ବେଳେ ଉପନଗରପାଳ ମଧ୍ୟ ଅନାସ୍ଥାରେ ହାରିଯାଇଛନ୍ତି। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି,“ଢେଙ୍କାନାଳ ପୌରା ଉପାଧ୍ୟକ୍ଷା ନମିତା ବେହେରାଙ୍କ ବିରୋଧରେ ଯେଉଁ […]

dkl

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 01:32 PM IST

ଢେଙ୍କାନାଳ: ଅନାସ୍ଥା ପ୍ରସ୍ତାବରେ ହାରିଲେ ଢେଙ୍କାନାଳ ପୌର ପରିଷଦ଼ ଉପନଗରପାଳ ନମିତା ବେହେରା। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ତାଙ୍କ ବିରୋଧରେ ୧୯ ଜଣ କାଉନସିଲର୍‌ ଭୋଟ୍‌ ଦେଇଥିଲେ। ବିରୋଧୀ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସକାଳ ୧୧ଟାରେ ଭୋଟିଂ ଆରମ୍ଭ ହୋଇଥିଲା।

ପୂର୍ବରୁ ନଗରପାଳ ଅନାସ୍ଥାରେ ହାରିଥିବା ବେଳେ ଉପନଗରପାଳ ମଧ୍ୟ ଅନାସ୍ଥାରେ ହାରିଯାଇଛନ୍ତି।

ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି,“ଢେଙ୍କାନାଳ ପୌରା ଉପାଧ୍ୟକ୍ଷା ନମିତା ବେହେରାଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆସିଥିଲା ଆଜି ସେ ସମ୍ପର୍କରେ ଆଲୋଚନା ଓ ମତଦାନ ପ୍ରକ୍ରିୟା ହୋଇଥିଲା। ୨୩ ଜଣ କାଉନସିଲର୍‌ ମଧ୍ୟରୁ ୨୦ ଜଣ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ୧୯ଟି ଭୋଟ୍‌ ଅନାସ୍ଥା ସପକ୍ଷରେ ଯାଇଥିଲା। ଗୋଟିଏ ଅନାସ୍ଥା ଭୋଟ୍‌ ବିପକ୍ଷରେ ଯାଇଥିଲା।”

Related story