ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧୀମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସେ ମେଡିକାଲ ଯିବା ବେଳେ ତାଙ୍କ କାର୍‌କୁ ପିଛା କରିଥିଲେ ଦୁର୍ବୃତ୍ତ। ତାଙ୍କ ଗାଡ଼ି ଉପରକୁ ପ୍ରଥମେ ୮ଟି ବୋମା ପକାଇଥିଲେ। ଏହାପରେ  ୫ ରାଉଣ୍ଡ ଗୁଳି […]

firing

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 12:10 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧୀମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସେ ମେଡିକାଲ ଯିବା ବେଳେ ତାଙ୍କ କାର୍‌କୁ ପିଛା କରିଥିଲେ ଦୁର୍ବୃତ୍ତ। ତାଙ୍କ ଗାଡ଼ି ଉପରକୁ ପ୍ରଥମେ ୮ଟି ବୋମା ପକାଇଥିଲେ। ଏହାପରେ  ୫ ରାଉଣ୍ଡ ଗୁଳି ମାରିଥିଲେ। କେଉଁ କାରଣରୁ ଏବଂ କିଏ ତାଙ୍କୁ ଗୁଳି କରିଛି ସେନେଇ ସ୍ପଷ୍ଟ ହୋଇନି।

ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକ କହିଛନ୍ତନ୍ତି,“ ଯଶୋବନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦୁଇ ବର୍ଷ ପୂର୍ବେ ଯଶୋବନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଜିର ଘଟଣା ସହ ଏହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ କରୁଛୁ। ଏହାସହ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଛି।”

 

Related story