ପୌରାଧ୍ୟକ୍ଷଙ୍କ ଘର ଆଗରେ ଗୁଳି ଚାଳନା, ହତ୍ୟା ଧମକ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘର ଆଗରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ସୂଚନାଅନୂସାରେ, ଗତକାଲି  ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ପୌରାଧ୍ୟକ୍ଷ ଘର ଆଗରେ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାସହ ତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାସହ ୧୯ ନମ୍ବର ୱାର୍ଡର […]

BJP

Tapaswini Nayak
  • Published: Thursday, 31 March 2022
  • , Updated: 31 March 2022, 01:18 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘର ଆଗରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ସୂଚନାଅନୂସାରେ, ଗତକାଲି  ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ପୌରାଧ୍ୟକ୍ଷ ଘର ଆଗରେ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାସହ ତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହାସହ ୧୯ ନମ୍ବର ୱାର୍ଡର କାଉନସିଲରଙ୍କ ବାପାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶାସକ ଦଳ କର୍ମୀ ଏପରି କାଣ୍ଡ ଭିଆଇଥିବା ପୌରାଧ୍ୟକ୍ଷ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ୫ ଜଣ ଆସି  ଆମ ଗେଟ୍‌ ବାହାରେ ଗାଳିଗୁଲଜ କରିଥିଲେ। ପରେ ସେମାନେ ଗୁଳି ଚାଳନା କରିଥିଲେ। ଚ୍ୟାୟାରମ୍ୟାନ ଓ ରାମ ପାତ୍ରଙ୍କୁ ହତ୍ୟା କରିବୁ ବୋଲି ସେମାନେ ଧମକ ଦେଇଥିଲେ। ଆମେ ଏନେଇ ଏସପିଙ୍କୁ ଭେଟି ଅଭିଯୋଗ କରିଛୁ। ଏସପି ମଧ୍ୟ ଅଭିଯୁକ୍ତକୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related story