ଟ୍ରକ୍‌-ଅଟୋ ମୁହାଁମୁହିଁ; ଦୁଇ ମୃତ, ତିନି ଗୁରୁତର

ଢେଙ୍କାନାଳ: ଢେଙ୍କାନାଳର ଶକ୍ତିସୁଗାର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଟୋ ଚାଳକଙ୍କ ସହ ରଞ୍ଜନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରଞ୍ଜନଙ୍କ ସ୍ତ୍ରୀ, ୩ ବର୍ଷର ଝିଅ ଓ ତାଙ୍କ ଶାଳକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ […]

accident

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 10:12 PM IST

ଢେଙ୍କାନାଳ: ଢେଙ୍କାନାଳର ଶକ୍ତିସୁଗାର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଟୋ ଚାଳକଙ୍କ ସହ ରଞ୍ଜନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରଞ୍ଜନଙ୍କ ସ୍ତ୍ରୀ, ୩ ବର୍ଷର ଝିଅ ଓ ତାଙ୍କ ଶାଳକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରଞ୍ଜନ ସପରିବାରେ ନିଜ ଶାଳକଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ଆଜି ନବବିବାହିତ ଶାଳକଙ୍କ ସହ ସେ ନିଜ ଘର ଗୋହିରାଖାଲକୁ ଫେରୁଥିଲେ।

Related story