ପୁରୀ ମେଡିକାଲ୍‌ରେ ଆରମ୍ଭ ହେଲା ଡାଏଲିସିସ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ବିଧ୍ୱସ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ‍୍‌ ସେବା। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ଆରମ୍ଭ କରାଯାଇଛି। ଗତକାଲି ଏଠାରେ ୧୪ ଜଣ କିଡ୍‌ନୀ ରୋଗୀଙ୍କର ସଫଳ ଡାଏଲିସିସ‍୍‌ ହୋଇଥିବା ବେଳେ ଆଜି ଆଉ ୨୧ଜଣଙ୍କର ହୋଇଛି। ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ ପୁରୀ ସହରର ଅନେକ କୋଠାବାଡ଼ି ଭଳି ମୁଖ୍ୟ ଡାକ୍ତରଖାନା ଭାଙ୍ଗିରୁଜି ଯାଇଥିଲା। ବାତ୍ୟା କୋପରୁ ଡାଏଲିସିସ‍୍‌ କେନ୍ଦ୍ରଟି […]

medical

Manoranjan Sial
  • Published: Tuesday, 14 May 2019
  • , Updated: 14 May 2019, 10:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ବିଧ୍ୱସ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ‍୍‌ ସେବା। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ଆରମ୍ଭ କରାଯାଇଛି। ଗତକାଲି ଏଠାରେ ୧୪ ଜଣ କିଡ୍‌ନୀ ରୋଗୀଙ୍କର ସଫଳ ଡାଏଲିସିସ‍୍‌ ହୋଇଥିବା ବେଳେ ଆଜି ଆଉ ୨୧ଜଣଙ୍କର ହୋଇଛି।

ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ ପୁରୀ ସହରର ଅନେକ କୋଠାବାଡ଼ି ଭଳି ମୁଖ୍ୟ ଡାକ୍ତରଖାନା ଭାଙ୍ଗିରୁଜି ଯାଇଥିଲା। ବାତ୍ୟା କୋପରୁ ଡାଏଲିସିସ‍୍‌ କେନ୍ଦ୍ରଟି ବର୍ତ୍ତି ନଥିଲା। ଏଠାରେ ଥିବା ୭ ଶଯ୍ୟା ବିଶିଷ୍ଟ ଡାଏଲିସିସ‍୍‌ ୟୁନିଟ‍୍‌ ସହିତ ଆରଓ ପ୍ଲାଣ୍ଟ, ଦୁଇ ହଜାର ଲିଟର କ୍ଷମତା ବିଶିଷ୍ଟ ୪ଟି ପାଣିଟାଙ୍କି ସମେତ ବିଦ୍ୟୁତ୍ ଉପକରଣ ଓ ଏସି ଆଦି ଭାଙ୍ଗି ଯାଇଥିଲା। ଫଳରେ ପୁରୀ ଜିଲ୍ଲାର ବହୁ କିଡ୍‌ନୀ ରୋଗୀ ଡାଏଲିସିସ‍୍‌ ସେବା ପାଇପାରି ନଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଡାଏଲସିସ‍୍‌ ୟୁନିଟ‍୍‌କୁ କାର୍ଯ୍ୟକ୍ଷମ କରିବାଲାଗି ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସଚିବଙ୍କ ନିର୍ଦ୍ଦେଶ ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିଦ୍ଦେର୍ଶକ ଶାଳିନୀ ପଣ୍ଡିତ ପୁରୀ ଗସ୍ତକରି ଡାଏଲିସିସ‍୍‌ ୟୁନିଟ‍୍‌ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହେବ, ତାହାର ତଦାରଖ କରିଥିଲେ।

Related story