ଦଶମନ୍ତପୁରରେ ଦେଖାଗଲାଣି କାଶୀପୁର ଚିତ୍ର: ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ମୃତ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ୭ ଜଣ ଆଖି ବୁଜି ସାରିଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ବିଶେଷ କରି ତୁମ୍ବାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୪ ଦିନ ତଳେ ତୁମ୍ବାଗୁଡ଼ା ପଞ୍ଚାୟତ ଅଧୀନ ହାତୀମୁଣ୍ଡା ଗାଁର ପ୍ରାୟ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହାତୀମୁଣ୍ଡା ଗାଁର କାଳିଚନ୍ଦ୍ର […]

collector visit

collector visit

Niharika Rout
  • Published: Wednesday, 20 July 2022
  • Updated: 20 July 2022, 10:14 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ୭ ଜଣ ଆଖି ବୁଜି ସାରିଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ବିଶେଷ କରି ତୁମ୍ବାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୪ ଦିନ ତଳେ ତୁମ୍ବାଗୁଡ଼ା ପଞ୍ଚାୟତ ଅଧୀନ ହାତୀମୁଣ୍ଡା ଗାଁର ପ୍ରାୟ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହାତୀମୁଣ୍ଡା ଗାଁର କାଳିଚନ୍ଦ୍ର ଗୌଡ ନାମକ ଜଣେ ବ୍ୟକ୍ତିଙ୍କର ଦଶମନ୍ତପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ଜାଣିବା ପରେ ଦଶମନ୍ତପୁର  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଝାଡ଼ାବାନ୍ତିରୁ ରକ୍ଷା ପାଇବା ପାଇଁ ସଚେତନ କରୁଛନ୍ତି ।

ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଗତକାଲି ପୁଣି ୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ହାତୀମୁଣ୍ଡା ଗାଁରେ ୭ ଦିନିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି । କୋରାପୁଟ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରମୁଖ ହାତୀ ମୁଣ୍ଡା ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

କାଶୀପୁରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏ ଯାବତ ୭ ଜଣ ଆଖି ବୁଜି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ରେ ପହଞ୍ଚିଛି କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପଛରେ ବିପଦଜନକ  ଭିବ୍ରିଓ କଲେରା ବୀଜାଣୁ ଧରାପଡ଼ିବା ପରେ ମୁକାବିଲା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି ପ୍ରଶାସନ ।  ଗତକାଲି ସୁଦ୍ଧା ବିଭିନ୍ନ ମେଡିକାଲରେ ୫୪ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି  । ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।  ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡକୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଏହାବାଦ ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ ।   ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ପାଇଁ କଲେରା ପ୍ରୋଟୋକଲ୍ ଅନୁସାରେ, ପ୍ରତିକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

କାଶୀପୁର ବ୍ଲକରେ ହଇଜା ବ୍ୟାପିବା ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିବା ବେଳେ ଟିକିରି ଅଞ୍ଚଳ ପରିଦର୍ଶନ କରିଛି ରାଜ୍ୟ କଂଗ୍ରେସର ଏକ ଟିମ୍ । ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସଭାପତି ଭୂଜବଳ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ତା’ସହ ଡାକ୍ତରୀ ଦଳ ସହ ଏହି ଟିମ୍ ଆଲୋଚନା କରିଛି  । ସେଠାରୁ ଫେରିବା ପରେ ରାଜ୍ୟ କଂଗ୍ରେସକୁ ଏହି ଟିମ୍ ଏକ ରିପୋର୍ଟ ଦେବ ।

[caption id="attachment_750453" align="aligncenter" width="650"]congress କଂଗ୍ରେସ ଟିମ୍‌ କାଶୀପୁର ବ୍ଲକ ପରିଦର୍ଶନ କରୁଛନ୍ତି।[/caption]

ଟିମ୍‌ରେ ପୂର୍ବତନ ସାଂସଦ ନକୁଳ ନାୟକ, କଂଗ୍ରେସ ନେତା ଚିନ୍ମୟ ବେଉରିଆ, ବିନୋଦ ପାତ୍ର ଏବଂ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସଭାପତି ଭୂଜବଳ ମାଝୀ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos