ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି!

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ରୁତଗତିରେ ଚାଲୁଥିବା ବେଳେ ଘଟିଛି ଅଘଟଣ। ପାଇପ୍‌ ପାଣି ଫାଟିଯିବାରୁ ପ୍ରଦୂଷିତ ପାଣି ପିଇ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି ବାସେଳୀ ସାହି ବାସିନ୍ଦା। ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍‌, ଗୋଛିକାର୍‌ ସାହିରେ ଘରେ ଘରେ ଝାଡ଼ବାନ୍ତିର ଶିକାର ହୋଇଛନ୍ତି ଲୋକ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦଲୀଙ୍କ ପରିବାରର ୫ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରିବାର ଲୋକେ ମଧ୍ୟ ଝାଡାବାନ୍ତିରେ ପୀଡିତ ହୋଇଛନ୍ତି। ଶ୍ରୀମନ୍ଦିର […]

Puri

  • Published: Tuesday, 13 December 2022
  • , Updated: 13 December 2022, 09:39 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ରୁତଗତିରେ ଚାଲୁଥିବା ବେଳେ ଘଟିଛି ଅଘଟଣ। ପାଇପ୍‌ ପାଣି ଫାଟିଯିବାରୁ ପ୍ରଦୂଷିତ ପାଣି ପିଇ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି ବାସେଳୀ ସାହି ବାସିନ୍ଦା।

ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍‌, ଗୋଛିକାର୍‌ ସାହିରେ ଘରେ ଘରେ ଝାଡ଼ବାନ୍ତିର ଶିକାର ହୋଇଛନ୍ତି ଲୋକ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦଲୀଙ୍କ ପରିବାରର ୫ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରିବାର ଲୋକେ ମଧ୍ୟ ଝାଡାବାନ୍ତିରେ ପୀଡିତ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଥିବା ଗଡନ୍ତି ଛକରେ ଯାଇଥିବା ପୁରୁଣା ପାଣି ପାଇପ୍‌ ଲାଇନକୁ ହଟାଯାଇ ନୂତନ ପାଇପ୍‌ ଲାଇନ୍‌ ପକାଯାଇଛି। ପାଇପଲାଇନ ଅଦଳ ବଦଳ ସମୟରେ ପାଇପଲାଇନ୍‌ ଦୂଷିତ ପାଣି ମିଶିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଖବର ପ୍ରସାରଣ ପରେ ଜିଲ୍ଲାପାଳ ବାସେଳିସାହି ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଘଟଣାର ଅନୁଧ୍ୟାନ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story