ଝାଡାବାନ୍ତିରେ ଗଲା ୯ ବର୍ଷୀୟ ଝିଅର ଜୀବନ, ଗାଁରେ ପହଞ୍ଚିଲା ମେଡିକାଲ୍‌ ଟିମ୍‌

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ପି. ଗୋବିନ୍ଦପୁର ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି। ମଙ୍ଗଳବାର ସନ୍ଧ୍ୟରେ ଗାଁର ମିଟୁ ଗୌଡ଼, ଗିନା ଜାନି, ପଣ ନାୟକ, ଲିପି ନାୟକ ଓ ଓଁ ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୯ ବର୍ଷର ନାବାଳିକା ଲିପି ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରିବାକୁ ଡାକ୍ତର […]

Mohana

Mohana

Manoranjan Sial
  • Published: Wednesday, 27 July 2022
  • Updated: 27 July 2022, 08:58 PM IST

Sports

Latest News

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ପି. ଗୋବିନ୍ଦପୁର ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି। ମଙ୍ଗଳବାର ସନ୍ଧ୍ୟରେ ଗାଁର ମିଟୁ ଗୌଡ଼, ଗିନା ଜାନି, ପଣ ନାୟକ, ଲିପି ନାୟକ ଓ ଓଁ ସାହୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୯ ବର୍ଷର ନାବାଳିକା ଲିପି ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକେ ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତା’ର ମୃତ୍ୟୁ ଘଟିଛି।

ସେପଟେ ମିଟୁ ଗୌଡ଼ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଠିକ୍‌ ଥିବା ଡାକ୍ତର କହିଛନ୍ତି। ତେବେ କେଉଁ କାରଣରୁ ଗାଁରେ ଝାଡାବାନ୍ତି ବ୍ୟାପିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତା’ର ଅନୁଧ୍ୟାନ କରିବା ପାଇଁ ଗାଁରେ ପହଞ୍ଚିଛନ୍ତି ମେଡ଼ିକାଲ୍‌ ଟିମ୍‌। ପାଣି ଓ ମଳର ନମୁନା ପରୀକ୍ଷା ପରେ ହଇଜା ନା ଆଉ କ’ଣ ଜଣାପଡ଼ିବ। ମେଡ଼ିକାଲ ଟିମ୍‌ ସମେତ ଆଶା ଅଙ୍ଗନବାଡି କର୍ମୀ ମଧ୍ୟ ଗାଁରେ ପହଞ୍ଚି ମାଇକି ଜରିଆରେ ସଚେତନତା କରାଉଛନ୍ତି। ଏଥିସହ ବ୍ଲିଚିଂ ପାୱଡର ସିଞ୍ଚନ କରାଯାଉଛି।

ଅନ୍ୟପକ୍ଷରେ ଗାଁର କେତେକ ଲୋକ ନଳକୂପ ପାଣି ବ୍ୟବହାର କରୁଥିବା ବେଳେ କିଛି ଲୋକ ପୁରୁଣା କୂଅ ପାଣି ସେବନ କରୁଛନ୍ତି। ଏହାଛଡ଼ା ବର୍ଷା ଋତୁ ସମୟରେ ଗାଁ ଲୋକମାନେ ଜଙ୍ଗଲରୁ ପାରମ୍ପରିକ ଶାଗ, ଛତୁ ଓ କରଡ଼ ଆଦି ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି। ସାହିର ଉଭୟ ପାର୍ଶ୍ୱରେ  ଡ୍ରେନେଜ ସୁବିଧା ନ ଥିବାରୁ ସାହି ମଝିରେ ବର୍ଷା ପାଣି ଜମା ରହୁଛି। ତେବେ କେଉଁ କାରଣରୁ ଗାଁରେ ଝାଡାବାନ୍ତି ବ୍ୟାପୁଛି, ତାହା ତଦନ୍ତ ସାପେକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story