‘ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ଡିଜିଟାଲ୍‌ ଇଣ୍ଡିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରକଳ୍ପ ଭାରତନେଟ୍‌ ଜରିଆରେ ଅପଟିକାଲ୍ ଫାଇବର କେବୁଲ ସହ ଯୋଡ଼ା ହୋଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକେ ହାଇ ସ୍ପିଡ୍‌ ଇଣ୍ଟରନେଟର ସୁବିଧା ପାଇପାରିବେ। ଲକ୍ଷାଧିକ ଓଡ଼ିଆଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରିବ ଡିଜିଟାଲ ଇଣ୍ଡିଆ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି-“ରାଜ୍ୟର ୧୮ଟି ନକ୍ସଲ ପ୍ରବଣ ଅଞ୍ଚଳରେ ୨ଜି ଓ ୪ଜି ସେବା ପହଞ୍ଚାଇବା ପାଇଁ […]

dharmendra-pradhan

dharmendra-pradhan

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 04:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରକଳ୍ପ ଭାରତନେଟ୍‌ ଜରିଆରେ ଅପଟିକାଲ୍ ଫାଇବର କେବୁଲ ସହ ଯୋଡ଼ା ହୋଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକେ ହାଇ ସ୍ପିଡ୍‌ ଇଣ୍ଟରନେଟର ସୁବିଧା ପାଇପାରିବେ। ଲକ୍ଷାଧିକ ଓଡ଼ିଆଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରିବ ଡିଜିଟାଲ ଇଣ୍ଡିଆ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି-“ରାଜ୍ୟର ୧୮ଟି ନକ୍ସଲ ପ୍ରବଣ ଅଞ୍ଚଳରେ ୨ଜି ଓ ୪ଜି ସେବା ପହଞ୍ଚାଇବା ପାଇଁ ୪୮୩ ମୋବାଇଲ ଟାଓ୍ୱାର ନିର୍ମାଣ କରାଯାଉଛି। ଏହା ଦ୍ୱାରା ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ମିଳିବା ସହିତ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବ। ଓଡ଼ିଶାରେ ୬୫୦ରୁ ଊର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ବ୍ୟାଙ୍କ କେବଳ ଦୁର୍ଗମ ଅଞ୍ଚଳରେ ରହିଛି। ସେହି ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ସୁଧୁରିବା ପହଞ୍ଚାଇବା ସହିତ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବାରେ ଡିଜିଟାଲ୍‌ ଇଣ୍ଡିଆ ସହାୟକ ହୋଇଛି।”

ସେ ଆହୁରି କହିଛନ୍ତି-“ମହାମାରୀ କରୋନା ସମୟରେ ଡିଜିଟାଲ ଟେକ୍ନୋଲୋଜି ଆମ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ି ହୋଇପାରିଛି। ନିକଟରେ ଜାତୀୟ ଡିଜିଟାଲ୍‌ ସ୍ୱାସ୍ଥ୍ୟ ମିଶନରେ ଘୋଷଣା ହୋଇଥିବା ଆରୋଗ୍ୟ ସେତୁ ଡିଜିଟାଲ୍‌ ଇଣ୍ଡିଆରେ କେବଳ କରୋନା ମୁକବିଲା କରିବାରେ ସକ୍ଷମ ହୋଇନାହିଁ, ବରଂ ଅନେକ ଲକ୍ଷ୍ୟକୁ ମଧ୍ୟ ପୂରଣ କରିପାରିଛି। ଡିଜିଟାଲ୍‌ ଇଣ୍ଡିଆ ପଦକ୍ଷେପ ପାରଦର୍ଶୀ ଶାସନର ଯୁଗ ଆରମ୍ଭ କରିବା ସହ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିଛି। ଏହାସହ ୧୩୦ କୋଟି ଭାରତୀୟଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିଛି। ମହାମାରୀ ସମୟରେ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ଡିଜିଟାଲ୍‌ ଇଣ୍ଡିଆ ଲୋକଙ୍କ ଜୀବନଶୈଳିକୁ ସୁବିଧା ଯୋଗାଇବା ସହ ଜନସେବା ବିତରଣ କାମକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଏହାସହ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତିକୁ ରୋକିବା ଓ ବିଶେଷତଃ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ କରିବା ଭଳି ଅନେକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି।”

ବିଶ୍ୱ କରୋନା ପରବର୍ତ୍ତୀ ସମୟରେ ଡିଜିଟାଲ ଇଣ୍ଡିଆ ଗେମ-ଚେଞ୍ଜର ଭାବେ ଉଭା ହେବ। ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ଦୂରଦୃଷ୍ଟି ଓ କେନ୍ଦ୍ରମନ୍ତ୍ରୀ @rsprasad ଜୀଙ୍କ ଉଦ୍ୟମ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଏକ ଢାଞ୍ଚା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ରାଜ୍ୟକୁ ସୁବିଧା ଯୋଗାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos