ଭାଇର ଶବ ପୋତିବାକୁ ମିଳିଲାନି ଜାଗା

Ordigital Desk
  • Published: Friday, 16 March 2018
  • , Updated: 16 March 2018, 11:08 AM IST
<p>ରାଉରକେଲା: ଭାଇର ମୃତଦେହର ସଂସ୍କାର ପାଇଁ ହଟହଟା ହେବାକୁ ପଡିଲା। ଶବ ପୋତିବାକୁ ଯାଗା ମିଳିଲାନି ବୋଲି ମୃତଦେହକୁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ।</p> <p>ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ ସମାଜସେବୀ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ସରକାରୀ ହସ୍ପିଟାଲର ଶବାଗାରରେ ରଖିଛି। ମୃତକ ଧରମ୍&zwnj;ବୀର ଏବଂ ତାଙ୍କ ଭାଇ ଝାଡଖଣ୍ଡର।&nbsp; ସେମାନେ ରାଉରକେଲା ଆସି ଶ୍ରମିକ ଭାବେ କାମ କରୁଥିଲେ।</p>

Related story