ପୁଲିସ୍‌ ଉପସ୍ଥିତିରେ ଗଣ୍ଡଗୋଳ, ସସ୍‌ପେଣ୍ଡ୍‌ ହେଲେ ପିସିଆର୍ ଷ୍ଟାଫ୍  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ ପାର୍କିଂକୁ ନେଇ ଗତକାଲି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି ।  ଏହି ଘଟଣାରେ ପୁଲିସ୍‌ ଉପସ୍ଥିତିରେ ପରବିନ୍ଦର ପାଲ ସିଂହ ନାମକ ବ୍ୟକ୍ତିଙ୍କୁ  ୩ ଜଣ ବ୍ୟକ୍ତି ନିର୍ଧୂମ ଛେଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । ଲକ୍ଷ୍ମୀସାଗର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି । ଆକ୍ରମଣରେ […]

police

Niharika Rout
  • Published: Wednesday, 15 January 2020
  • , Updated: 15 January 2020, 08:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ ପାର୍କିଂକୁ ନେଇ ଗତକାଲି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି ।  ଏହି ଘଟଣାରେ ପୁଲିସ୍‌ ଉପସ୍ଥିତିରେ ପରବିନ୍ଦର ପାଲ ସିଂହ ନାମକ ବ୍ୟକ୍ତିଙ୍କୁ  ୩ ଜଣ ବ୍ୟକ୍ତି ନିର୍ଧୂମ ଛେଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ ।

ଲକ୍ଷ୍ମୀସାଗର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି । ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ୍‌।

Related story