ଦ୍ୱିତୀୟ ଓଜେଇଇ ଶେଷ

ଭୁବନେଶ୍ୱର:  ରାଜ୍ୟରେ ଥିବା ଏମବିଏ ଏବଂ ଏମସିଏ କଲେଜ ଗୁଡ଼ିକରେ ଖାଲିପଡିଥିବା ସିଟ ପୂରଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ଏହି ପରୀକ୍ଷା। ଏଥିପାଇଁ କେବଳ ଭୁବନେଶ୍ୱର ସହରରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ସେଗୁଡିକ ହେଲା ରାଜଧାନୀ କଲେଜ, ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର। ଏମବିଏ, ଏମସିଏ ଓ ଲାଟେରାଲ୍ […]

ojee

ojee

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 08:02 AM IST

Sports

Latest News

ଭୁବନେଶ୍ୱର:  ରାଜ୍ୟରେ ଥିବା ଏମବିଏ ଏବଂ ଏମସିଏ କଲେଜ ଗୁଡ଼ିକରେ ଖାଲିପଡିଥିବା ସିଟ ପୂରଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ଏହି ପରୀକ୍ଷା। ଏଥିପାଇଁ କେବଳ ଭୁବନେଶ୍ୱର ସହରରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ସେଗୁଡିକ ହେଲା ରାଜଧାନୀ କଲେଜ, ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର। ଏମବିଏ, ଏମସିଏ ଓ ଲାଟେରାଲ୍ ଏଣ୍ଟ୍ରୀ ଏମବିଏ ପାଠ୍ୟକ୍ରମ ପାଇଁ ୧୩୦୦ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ପରୀକ୍ଷାର ସୁପରିଚାଳନା ପାଇଁ ପ୍ରତି ହଲରେ ୩ଜଣ ଲେଖାଏଁ ପରୀକ୍ଷକ ନିଯୁକ୍ତି ହୋଇଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ୧୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇ ୧୨ ଓ ୧୩ ତାରିଖରେ ଡକୁମେଣ୍ଟ୍ ଯାଞ୍ଚ ହେବା ପରେ ୧୪ ତାରିଖରେ ଚୂଡାନ୍ତ ସିଟ୍ ଆଲଟମେଣ୍ଟ ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ମଧ୍ୟ ଏମବିଏରେ ପ୍ରାୟ ୨୦୦୦ ଓ ଏମସିଏରେ ପ୍ରାୟ ୨୨୦୦ ସିଟ୍ ଖାଲିପଡିଥିବା ସିଟ ପୂରଣ ସକାଶେ ଦ୍ୱିତୀୟ ଓଜେଇଇ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos