ଢେଙ୍କାନାଳ: ବଳରାମପ୍ରସାଦରେ ଇଣ୍ଡିକା-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

ଢେଙ୍କାନାଳ: ଶୁକ୍ରବାର ସକାଳେ  ଢେଙ୍କାନାଳ  ବଳରାମପ୍ରସାଦ ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ ୩  ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ନାମ ସର୍ବେଶ୍ୱର ସାହୁ, ଓଁ ଇଶ୍ୱରୀ କବି କନ୍ୟା ଏବଂ ଡ୍ରାଇଭର କିରଣ ଭୁକ୍ତା ବୋଲି ଜଣାପଡିଛି। ସମସ୍ତ ୩ ଜଣ ଯାକଙ୍କ ଘର ତାଳଚେର ଅଞ୍ଚଳରେ। ତାଳଚେରରୁ କଟକ ଯାଉଥିବା ଏକ ଇଣ୍ଡିକା କାର୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ରାସ୍ତା କଡରେ ଥିବା ଖାଲ ମଧ୍ୟକୁ ଖସି […]

accident

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 12:11 PM IST

ଢେଙ୍କାନାଳ: ଶୁକ୍ରବାର ସକାଳେ  ଢେଙ୍କାନାଳ  ବଳରାମପ୍ରସାଦ ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ ୩  ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ନାମ ସର୍ବେଶ୍ୱର ସାହୁ, ଓଁ ଇଶ୍ୱରୀ କବି କନ୍ୟା ଏବଂ ଡ୍ରାଇଭର କିରଣ ଭୁକ୍ତା ବୋଲି ଜଣାପଡିଛି। ସମସ୍ତ ୩ ଜଣ ଯାକଙ୍କ ଘର ତାଳଚେର ଅଞ୍ଚଳରେ।

ତାଳଚେରରୁ କଟକ ଯାଉଥିବା ଏକ ଇଣ୍ଡିକା କାର୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ରାସ୍ତା କଡରେ ଥିବା ଖାଲ ମଧ୍ୟକୁ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

୫୫ ନମ୍ୱର ଜାତୀୟ ରାଜପଥର  ପ୍ରାୟ ୧୦୦ କିଲୋମିଟର ରାସ୍ତାର ବିଭିନ୍ନ  ସ୍ଥାନରେ ଖାଲଖମା ଯୋଗୁଁ ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 

Related story