ଡିଏନଏ ଟେଷ୍ଟ ପାଇଁ ଧମକ ଦେଲେ କବିତା ମହାକୁଡ଼

ଭୁବନେଶ୍ୱର: “ମୋ ପିଲାର ବାପା ହେଉଛନ୍ତି ବିଧାୟକ ସନାତନ ମହାକୁଡଙ୍କ ପୁଅ ପଙ୍କଜ ମହାକୁଡ। ଏହା ପ୍ରମାଣ କରିବାକୁ ମୋ ଝିଅର ଡିଏନ୍‌ଏ ଟେଷ୍ଟ କରିବି।” ଗୁରୁବାର ଏହା କହିଛନ୍ତି ସନାତନଙ୍କ ବୋହୂ ବୋଲି ଦାବି କରୁଥିବା ମାଲକାନଗିରି ମୋଟୁ ଅଞ୍ଚଳର କବିତା ମହାକୁଡ। ଆବଶ୍ୟକ ହେଲେ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି। ସେ କହିଛନ୍ତି, “ସନାତନ ମହାକୁଡ ଚମ୍ପୁଆର ବିଧାୟକ ଭାବେ ରାଜନୀତି କରୁଛନ୍ତି। ସେ ତାଙ୍କ ପୁଅକୁ ମୋ ସାମ୍ନାକୁ […]

kabita-mahakul

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 04:18 PM IST

ଭୁବନେଶ୍ୱର: “ମୋ ପିଲାର ବାପା ହେଉଛନ୍ତି ବିଧାୟକ ସନାତନ ମହାକୁଡଙ୍କ ପୁଅ ପଙ୍କଜ ମହାକୁଡ। ଏହା ପ୍ରମାଣ କରିବାକୁ ମୋ ଝିଅର ଡିଏନ୍‌ଏ ଟେଷ୍ଟ କରିବି।” ଗୁରୁବାର ଏହା କହିଛନ୍ତି ସନାତନଙ୍କ ବୋହୂ ବୋଲି ଦାବି କରୁଥିବା ମାଲକାନଗିରି ମୋଟୁ ଅଞ୍ଚଳର କବିତା ମହାକୁଡ। ଆବଶ୍ୟକ ହେଲେ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି। ସେ କହିଛନ୍ତି, “ସନାତନ ମହାକୁଡ ଚମ୍ପୁଆର ବିଧାୟକ ଭାବେ ରାଜନୀତି କରୁଛନ୍ତି। ସେ ତାଙ୍କ ପୁଅକୁ ମୋ ସାମ୍ନାକୁ ଆଣନ୍ତୁ। ପୁଅକୁ ସାମ୍ନାକୁ ଆଣିବା ପରେ ସେ ଜାଣିବେ ଯେ ମୁଁ ତାଙ୍କୁ ବଦନାମ କରୁଛି କି ସେ ମତେ ବଦନାମ କରୁଛନ୍ତି। କିଏ ଠିକ୍‌ କରୁଛି କିଏ ଭୁଲ କରୁଛି, ତାହା ଜଣାପଡିଯିବ। ସେ ତାଙ୍କ ପୁଅକୁ କାହିଁକି ମୋ ସାମ୍ମୁଖକୁ ଆଣୁ ନାହାନ୍ତି?”

କବିତାଙ୍କ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସନାତନଙ୍କ ଜ୍ୱାଇଁ ଦୀନମଣି ବାରିକ। ସେ କହିଛନ୍ତି, “କବିତା ପୂର୍ବରୁ ବିବାହିତ ଓ ତାଙ୍କର ପିଲାପିଲି ଅଛନ୍ତି।”

କବିତା ପୂର୍ବରୁ କେନ୍ଦୁଝର ଜାମୁନାଳିଆର ଦେବାଶିଷ ମହାକୁଡଙ୍କୁ ବିବାହ କରିଥିବା ଜଣାପଡିଛି। ତେବେ ପାରିବାରିକ କଳହକୁ ନେଇ କବିତା ଦେବାଶିଷକୁ ଛାଡି ମାଲକାନଗିରି ମୋଟୁରେ ଥିବା ନିଜ ବାପ ଘରେ ରହୁଥିଲେ। ସେ ବାରମ୍ବାର କବିତାକୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କବିତା ଆସି ନ ଥିବା କହିଛନ୍ତି ଦେବାଶିଷ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ କବିତା ମହାକୁଡ।

Related story