ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରନି: ଏସ୍ଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ।  ଆଜି ହିଟ୍ ୱେଭ କଣ୍ଡିସନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ସବୁଠି ଅସହ୍ୟ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।  ଆଜି ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି ପାଣିପାଗ […]

heat-wave

Tapas Behera
  • Published: Thursday, 01 April 2021
  • , Updated: 01 April 2021, 03:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ।  ଆଜି ହିଟ୍ ୱେଭ କଣ୍ଡିସନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା ।

ସବୁଠି ଅସହ୍ୟ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।  ଆଜି ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି । ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିଲା। ସେହିପରି ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହି ଥିଲା।

ଗତକାଲି ବାରିପଦା ସହରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ସେହିପରି ବାଲେଶ୍ୱରରେ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାନଗିରିରେ ୪୨, ଗଜପତିରେ ୪୨, ବୌଦ୍ଧରେ ୪୨, ଅନୁଗୋଳରେ ୪୧.୭, ବଲାଙ୍ଗିରରେ ୪୧.୫, ଭବାନୀପାଟଣାରେ ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Related story