ଡବଲ ମର୍ଡର! ବନ୍ଦ ଘରୁ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାରେ ଡବଲ ମର୍ଡର। ସନ୍ଦେହଜନକ ଅବସ୍ଥାରେ ଛେଣ୍ଡ କଲୋନିର କଳିଙ୍ଗ ବିହାରର କ୍ୱାର୍ଟର୍ସ ନମ୍ବର D/48ରୁ ୨ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ମହିଳା ଦ୍ୱୟ ହେଲେ ଇଷ୍ଟର ଲେଙ୍କା ଓ ମଧୁସ୍ମିତା ସାହୁ ।  ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଝରକା ଭଙ୍ଗା ଯାଇଥିବାରୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।  ସୂଚନା ଅନୁଯାୟୀ, […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 02:10 PM IST

ରାଉରକେଲା: ରାଉରକେଲାରେ ଡବଲ ମର୍ଡର। ସନ୍ଦେହଜନକ ଅବସ୍ଥାରେ ଛେଣ୍ଡ କଲୋନିର କଳିଙ୍ଗ ବିହାରର କ୍ୱାର୍ଟର୍ସ ନମ୍ବର D/48ରୁ ୨ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ମହିଳା ଦ୍ୱୟ ହେଲେ ଇଷ୍ଟର ଲେଙ୍କା ଓ ମଧୁସ୍ମିତା ସାହୁ ।  ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଝରକା ଭଙ୍ଗା ଯାଇଥିବାରୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।  ସୂଚନା ଅନୁଯାୟୀ, ଇଷ୍ଟର ଲେଙ୍କା ସ୍ୱାମୀଙ୍କ ମୃତ୍ୟୁ ପରେ ଲିଭ୍‌ଇନ୍ ରିଲେସନ୍‌ସିପ୍‌ରେ ବ୍ରଜ ସୁନ୍ଦର ସାହୁଙ୍କ ସହିତ ଏହି ଘରେ ରହୁଥିଲେ।  ପେଶାରେ  ଇଷ୍ଟର ଲେଙ୍କା ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି।  ଇଷ୍ଟର ଲେଙ୍କାଙ୍କ ଭାଣିଜି ହେଉଛନ୍ତି ମଧୁସ୍ମିତା।  ତେବେ କ’ଣ ପାଇଁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି, ତାର କାରଣ ସ୍ପଷ୍ଟ ହୋଇନି।  ଦୁଇ ଦିନ ପୂର୍ବରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ପୋଲିସ।

Related story