ସାଇକେଲରେ ୨୦୦୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଲେ ରମେଶ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୨୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଭୁବନେଶ୍ୱର ପହଞ୍ଚିଛନ୍ତି ସାଇକେଲ ଚାଳକ ରାମ ଚନ୍ଦ୍ର ରମେଶ ଚୌହ୍ୱାନ। ମହାରାଷ୍ଟ୍ରର ମାଲଓ୍ୱାନରୁ ଓଡ଼ିଶାର କୋଣାର୍କ ଯାଏଁ ତାଙ୍କର ଯାତ୍ରା ରହିଛି। ପେଷାରେ ଡାକ୍ତର ଥିବା ରମେଶ ଗତ ୫ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଥିଲେ। ଆଜି ସେ ଗନ୍ତବ୍ୟ ସ୍ଥଳ କୋଣାର୍କ ପହଞ୍ଚି ଯାତ୍ରା ଶେଷ କରିବେ।

ଗତକାଲି ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୪୨ ବର୍ଷୀୟ ରମେଶ ଦୈନିକ ଶହେ କିଲୋମିଟର ସାଇକେଲରେ ଯାତ୍ରା କରିଥାଆନ୍ତି। ଏହି ଯାତ୍ରାରେ ତାଙ୍କ ବାର୍ତ୍ତା ହେଉଛି ସ୍ୱଚ୍ଛ ଭାରତ ଓ ଏକ ଭାରତ ଓ ଶ୍ରେଷ୍ଠ ଭାରତ।