ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବିନା ସୁରକ୍ଷାରେ କାମ କରିବାକୁ ନାରାଜ

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 02:03 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କ ସୁରକ୍ଷା ଦାବିରେ ପୁରୀ ବଡ ଡାକ୍ତରଖାନାରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଛନ୍ତି। ରୋଗୀ ସଂପର୍କୀୟଙ୍କ ଆକ୍ରମଣ ଘଟଣା ପରେ ବିନା ସୁରକ୍ଷାରେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କାର୍ଯ୍ୟବନ୍ଦ କରିଥିବା ଡାକ୍ତର। ସେପଟେ ଡାକ୍ତର ନଥିବାରୁ ରୋଗୀ ବହୁତ ହଇରାଣ ହୋଇଛନ୍ତି। ଏପରିସ୍ଥିତିରେ ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରୀଙ୍କୁ କାଜୁଆଲିଟିରେ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।</p> <p>ଅନ୍ୟପକ୍ଷରେ ପୂର୍ବପରି ମେଡିକାଲରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଏଡିଏମ୍ କହିଛନ୍ତି। ଗତକାଲି କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ଜଣେ ରୋଗୀଙ୍କ ସମ୍ପର୍କୀୟ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।</p> <p>&amp;nbsp;</p> <p>&amp;nbsp;</p>

Related story