Advertisment

ଡାକ୍ତର କରୁଛନ୍ତି ଷ୍ଟାଫ୍‌ ନର୍ସଙ୍କ କାମ; ଇଞ୍ଜେକ୍‌ସନ୍‌ ଓ ସାଲାଇନ୍‌ ଦେଉଛନ୍ତି

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଡାକ୍ତର ନଥିବାରୁ କମ୍ପାଉଣ୍ଡର, ନର୍ସ ଓ ସୁଇପର ରୋଗୀ ଦେଖୁଥିବା କଥା ଶୁଣିଥିବେ। ହେଲେ ଷ୍ଟାଫ୍‌ ନର୍ସଙ୍କ କାମ ଡାକ୍ତର କରିବା କେବେ ଦେଖିନଥିବେ କି ଶୁଣିନଥିବେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ। ଏଠାରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନଥିବାରୁ ଡାକ୍ତରଙ୍କୁ ନର୍ସ କାମ କରିବାକୁ ପଡ଼ୁଛି। ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ ନାରାୟଣପାଟଣା ବ୍ଲକରେ ରହିଛି ୯ଟି ପଞ୍ଚାୟତ। ଲୋକ ସଂଖ୍ୟା […]

ଡାକ୍ତର କରୁଛନ୍ତି ଷ୍ଟାଫ୍‌ ନର୍ସଙ୍କ କାମ; ଇଞ୍ଜେକ୍‌ସନ୍‌ ଓ ସାଲାଇନ୍‌ ଦେଉଛନ୍ତି

Narayanpatna

Advertisment

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ଡାକ୍ତର ନଥିବାରୁ କମ୍ପାଉଣ୍ଡର, ନର୍ସ ଓ ସୁଇପର ରୋଗୀ ଦେଖୁଥିବା କଥା ଶୁଣିଥିବେ। ହେଲେ ଷ୍ଟାଫ୍‌ ନର୍ସଙ୍କ କାମ ଡାକ୍ତର କରିବା କେବେ ଦେଖିନଥିବେ କି ଶୁଣିନଥିବେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ। ଏଠାରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନଥିବାରୁ ଡାକ୍ତରଙ୍କୁ ନର୍ସ କାମ କରିବାକୁ ପଡ଼ୁଛି।

Advertisment

ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ ନାରାୟଣପାଟଣା ବ୍ଲକରେ ରହିଛି ୯ଟି ପଞ୍ଚାୟତ। ଲୋକ ସଂଖ୍ୟା ୬୦ ହଜାରରୁ ଅଧିକ ହେବ। ଏହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନାରାୟଣପାଟଣାରେ ପ୍ରତିଷ୍ଠା କରାଯାଇଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ହେଲେ ଦୁଃଖ ଓ ପରିତାପର ବିଷୟ ଏହି ମେଡିକାଲ୍‌ରେ ଆବଶ୍ୟକତା ଅନୁସାରେ ଷ୍ଟାଫ୍‌ ନାହାନ୍ତି।

ରୋଗୀଙ୍କୁ ସେବା ଯୋଗାଇବା ପାଇଁ ୬ ଜଣ ଷ୍ଟାଫ୍‌ ନର୍ସ ଦରକାର ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ଦୁଇ ଜଣ। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଷ୍ଟାଫ୍‌ ନର୍ସ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ରହିଛନ୍ତି। ଅନ୍ୟ ଜଣେ ନିଜ ପାରିବାରିକ ସମସ୍ୟାରେ ଛନ୍ଦି ହୋଇ ଗତ ୫ ଦିନ ହେଲା ଛୁଟିରେ ଅଛନ୍ତି। କହିବାକୁ ଗଲେ ବର୍ତ୍ତମାନ ମେଡିକାଲ୍‌ରେ କୌଣସି ନର୍ସ ନାହାନ୍ତି!

Advertisment

ମେଡ଼ିକାଲ୍‌ରେ ଷ୍ଟାଫ୍‌ ନର୍ସ ନଥିବାରୁ ଡାକ୍ତରଙ୍କୁ ସବୁ କାମ କରିବାକୁ ପଡ଼ୁଛି। ଏହାର ଅର୍ଥ ଡାକ୍ତର ଖାଲି ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁନାହାନ୍ତି, ରୋଗୀଙ୍କୁ ଇଞ୍ଜେକ୍‌ସନ୍‌, ସାଲାଇନ୍‌ ଓ ମେଡିସିନ୍‌ ଦେଉଛନ୍ତି। ଗର୍ଭବତୀଙ୍କୁ ପ୍ରସବ ମଧ୍ୟ କରାଉଛନ୍ତି। ଦେଖିବାକୁ ଗଲେ ପ୍ରତିଦିନ ଏହି ମେଡ଼ିକାଲ୍‌କୁ ୨୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସବୁ ରୋଗୀଙ୍କୁ ଦେଖିବା ସହିତ ଷ୍ଟାଫ୍‌ ନର୍ସଙ୍କ କାମ କରିବା କଷ୍ଟକର ହେଉଛି ବୋଲି ଡାକ୍ତର କହିଛନ୍ତି।

ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଚିନ୍ମୟଙ୍କୁ ପଚରିବାରୁ କହିଛନ୍ତି, ଷ୍ଟାଫ୍‌ ନର୍ସ ନଥିବାରୁ ରୋଗୀଙ୍କୁ ସେବା ଯୋଗାଇବାରେ ବହୁତ ଅସୁବିଧା ହେଉଛି। ତଥାପି ସମସ୍ୟାକୁ ଦୃଷ୍ଟିରେ ରଖି କାମ କରିବାକୁ ପଡୁଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଛି। ତୁରନ୍ତ ପଦବୀ ଗୁଡିକ ପୂରଣ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆଶ୍ୱାସନା ଦେଇଥିବା ଡାକ୍ତର ଚିନ୍ମୟ କହିଛନ୍ତି। ଏହି ମେଡ଼ିକାଲ୍‌କୁ ପ୍ରତିଦିନ ୫ରୁ ୬ ଜଣ ପ୍ରସୂତୀ ପ୍ରସବ ପାଇଁ ଆସୁଛନ୍ତି। ତେଣୁ ବହୁ ସମସ୍ୟା ହେଉଛି ବୋଲି ଡାକ୍ତର କହିଛନ୍ତି।

ଆଶା ଦିଦି ଦୀପାଞ୍ଜଳୀ ବାଗ କହିଛନ୍ତି, “ରାତିରେ ଗର୍ଭବତିଙ୍କୁ ମେଡ଼ିକାଲ୍‌କୁ ଆଣିଲେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହି ମେଡ଼ିକାଲ୍‌ରେ ଦୁଇ ଜଣ ନର୍ସ ଥିଲେ। ସେମାନଙ୍କ ଭିତରୁ ଜଣେ ପ୍ରସବକାଳୀନ ଛୁଟିରେ ଯାଇଛନ୍ତି। ଅନ୍ୟ ଜଣେ ଏକ ସଙ୍ଗେ ସବୁ କାମ କରିପାରୁନାହାନ୍ତି। ନର୍ସଙ୍କୁ ନପାଇ ବାଧ୍ୟହୋଇ ଡାକ୍ତରଙ୍କୁ ଡାକୁଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe