ବଢ଼ିଲା ଡାକ୍ତରଙ୍କ ଦରମା: କିଏ କେତେ ପାଇବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଟ୍ୟୁଟର, ସିନିୟର ରେସିଡେଣ୍ଟମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଏହି ସଂଶୋଧନ ଅନୁଯାୟୀ ପିଜି କରିଥିବା ଚୁକ୍ତିଭିତ୍ତିକ ଟ୍ୟୁଟରମାନେ ମାସିକ ୬୫ ହଜାର ଟଙ୍କା ପାରିଶ୍ରମିକ ସହିତ ପ୍ରୋତ୍ସାହନ ବାବଦକୁ ୧୦ ହଜାର ଟଙ୍କା ସହ […]

docter

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଟ୍ୟୁଟର, ସିନିୟର ରେସିଡେଣ୍ଟମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ଏହି ସଂଶୋଧନ ଅନୁଯାୟୀ ପିଜି କରିଥିବା ଚୁକ୍ତିଭିତ୍ତିକ ଟ୍ୟୁଟରମାନେ ମାସିକ ୬୫ ହଜାର ଟଙ୍କା ପାରିଶ୍ରମିକ ସହିତ ପ୍ରୋତ୍ସାହନ ବାବଦକୁ ୧୦ ହଜାର ଟଙ୍କା ସହ ୭୫ ହଜାର ଟଙ୍କା ପାଇବେ। ସେହିପରି ପିଜି କରି ନଥିବା ଟ୍ୟୁଟର( ଏମ୍‌.ବି.ବି.ଏସ୍‌, ବି.ଡି.ଏସ୍‌ ଏବଂ ଏମ୍‌ଏସସି)ମାନେ ମାସିକ ୬୫ ହଜାର ଟଙ୍କା ପାରିଶ୍ରମିକ ସହିତ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ସହ ୭୦ହଜାର ଟଙ୍କା, ସିନିୟର ରେସିଡେଣ୍ଟମାନେ ମାସିକ ୬୫ ହଜାର ଟଙ୍କା ଏବଂ ଜୁନିୟର ରେସିଡେଣ୍ଟମାନେ ମାସିକ ୫୫ ହଜାର ଟଙ୍କା ଲେଖାଏଁ ପାଇବେ।

ନିୟମିତ ଚାକିରି କରିଥିବା ଡାକ୍ତର ଯେଉଁମାନେ ପିଜି କରି ଟ୍ୟୁଟର ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମାସିକ ୨୦ ହଜାର , ପିଜି କରି ନଥିବା ଟ୍ୟୁଟରମାନଙ୍କୁ ୧୫ ହଜାର ଏବଂ  ସିନିୟର ରେସିଡେଣ୍ଟମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ବର୍ତ୍ତମାନ ଟ୍ୟୁଟର,ସିନିୟର ରେସିଡେଣ୍ଟମାନେ ମାସିକ ୫୦ହଜାର ଏବଂ ଜୁନିୟର ରେସିଡେଣ୍ଟମାନେ ୩୫ ଟଙ୍କା ଲେଖାଏଁ ପାରିଶ୍ରମିକ ପାଉଛନ୍ତି। କିନ୍ତୁ ସଂଶୋଧିତ ପାରଶ୍ରମିକ ଅଧିସୂଚନା ପ୍ରକାଶ ପାଇବା ପରେ ଏହା ଲାଗୁ ହେବ।

Related story