ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ ଖୋଲି ବାହାର କଲେ ଟ୍ୟୁମର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓପନ୍‌ ବ୍ରେନ୍‌ ସର୍ଜରୀ’ ନକରି ନାକର ରନ୍ଧ୍ର ବାଟ ଦେଇ ଏକ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ଆଉ ଏଭଳି ପ୍ରୟାସ ଜରିଆରେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ସଫଳତାର ସହିତ ବାହାର କରାଯାଇପାରିଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଏପରି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ନବରଙ୍ଗପୁର ଅଞ୍ଚଳର ସିଲୁ ଜେନା ନାମକ ଜଣେ ଯୁବ ଇଲେକ୍ଟ୍ରିସିଆନ ଗତ କିଛି ମାସ ଧରି ମୁଣ୍ଡର ଡାହାଣ ପାର୍ଶ୍ଵରେ […]

sum

sum

Subrat Kumar Nayak
  • Published: Saturday, 02 February 2019
  • Updated: 02 February 2019, 09:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓପନ୍‌ ବ୍ରେନ୍‌ ସର୍ଜରୀ’ ନକରି ନାକର ରନ୍ଧ୍ର ବାଟ ଦେଇ ଏକ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ଆଉ ଏଭଳି ପ୍ରୟାସ ଜରିଆରେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ସଫଳତାର ସହିତ ବାହାର କରାଯାଇପାରିଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଏପରି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି।

ନବରଙ୍ଗପୁର ଅଞ୍ଚଳର ସିଲୁ ଜେନା ନାମକ ଜଣେ ଯୁବ ଇଲେକ୍ଟ୍ରିସିଆନ ଗତ କିଛି ମାସ ଧରି ମୁଣ୍ଡର ଡାହାଣ ପାର୍ଶ୍ଵରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଡାହାଣ ଆଖିରେ ସବୁ ପଦାର୍ଥ ଦୁଇ ଦୁଇଟି ଦେଖାଯିବାର ସମସ୍ୟା ଭୋଗୁଥିଲେ। ଅନେକ ସ୍ଥାନରେ ଚିକିତ୍ସା ପ୍ରୟାସ କରି ବିଫଳ ହୋଇ ସମ୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଏହାପରେ ଇଏନ୍‌ଟି ଆଣ୍ଡ ଏଣ୍ଡୋସ୍କ୍ରୋପିକ୍ ସ୍କଲ୍ ବେସ୍ ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ତାଙ୍କ ଚକ୍ଷୁର ପଛ ପାଖ ଦେଇ ମସ୍ତିଷ୍କ ମଧ୍ୟକୁ ଯାଇଥିବା ସ୍ନାୟୁର ମଧ୍ୟ ଭାଗରେ ଏକ ଟ୍ୟୁମର ସୃଷ୍ଟି ହୋଇଥିବା ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଲା ପରେ ଡାକ୍ତର ସାହୁ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ମସ୍ତିଷ୍କର ମେକଲ୍ସ କେଭ୍ ପାଖାପାଖି ସ୍ଥାନରେ “ଟ୍ରାଇଜେମିନାଲ୍ ସ୍ୱାନୋମା” ହୋଇଥିବା ନେଇ ଏମ୍‌ଆରଆଇରୁ ଜଣାପଡ଼ିବା ପରେ ପୂରା ମସ୍ତିଷ୍କକୁ ଖୋଲି ଓପନ୍ ବ୍ରେନ୍ ସର୍ଜରୀର ଆବଶ୍ୟକତା ଉପୁଜିଥିଲା। ଯାହାକି ଅନେକ ସମସ୍ୟାର କାରଣ ପାଲଟିଥାନ୍ତା ଏବଂ ଅନେକ ଦିନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଥାନ୍ତା। ଏପରିକି ଏହି ଚିକିତ୍ସା ପଦ୍ଧତିରେ ଜୀବନ ପ୍ରତି ବିପଦ ରହିଥାନ୍ତା।

କିନ୍ତୁ ଡାକ୍ତର ସାହୁ ଏବଂ ଡାକ୍ତର ଏସ୍. ପାଣିଗ୍ରାହୀ ଓପନ୍ ବ୍ରେନ୍ ସର୍ଜରୀ ନକରି ନାକ ବାଟ ଦେଇ ଆଡଭାନ୍ସଡ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀ ଦ୍ୱାରା ଟ୍ୟୁମରଟିକୁ ସଫଳତାର ସହ କାଢ଼ିପାରିଛନ୍ତି। ଅପରେସନର ମାତ୍ର ୫ ଦିନ ପରେ ରୋଗୀ ସିଲୁ ଜେନା ଘରକୁ ଫେରି ଯାଇପାରିଛନ୍ତି।

ଟ୍ୟୁମର୍‌ ବାହାର କରିବା ପାଇଁ ନାକ ବାଟ ଦେଇ ଏପରି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos