ଆଜି ହୋଇଥାନ୍ତା ଶୁଣାଣି, ଘୁଞ୍ଚିଲା ତାରିଖ

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ ଘୁଞ୍ଚିଛି। ଆଜି ହେବାକୁ ଥିବା ଏହି ମାମଲାର ଶୁଣାଣି ଅକ୍ଟୋବର ୧୨ରେ  ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ବାହାଘର ପରେ ତାଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି ବର୍ଷା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ବର୍ଷା  ଦାଖଲ କରିଥିବା ମାମଲାର ଶୁଣାଣି  ଆଜି  କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହେବା ନିମନ୍ତେ […]

varsa-11

Niharika Rout
  • Published: Monday, 07 September 2020
  • , Updated: 07 September 2020, 12:29 PM IST

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ ଘୁଞ୍ଚିଛି। ଆଜି ହେବାକୁ ଥିବା ଏହି ମାମଲାର ଶୁଣାଣି ଅକ୍ଟୋବର ୧୨ରେ  ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି।

ବାହାଘର ପରେ ତାଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି ବର୍ଷା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ବର୍ଷା  ଦାଖଲ କରିଥିବା ମାମଲାର ଶୁଣାଣି  ଆଜି  କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହେବା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି।

ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଅଭିଯୋଗଗୁଡ଼ିକ ହେଉଛି ଅନୁଭବ ଜଣେ ପେସାଦାର ମଦ୍ୟପ ।  ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ ।

ଜୁନ୍ ୭ରେ  ଅତ୍ୟାଚାରର ସବୁ ସୀମା ଟପି ଯାଇ ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିଥିଲେ। ଏହାପରେ ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିବା, ନହେଲେ ପରିଣାମ ଭୋଗିବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ବର୍ଷା। ବର୍ଷା ବିବାହ ପରେ ଏକାଧିକ ଫିଲ୍ମରେ ଅଭିନୟ କରିବା ପରେ ବି ତାଙ୍କୁ ପାରିଶ୍ରମିକ ଦେଇନାହାନ୍ତି ଅନୁଭବ । ଏପରିକି ଏକାଧିକ ଝିଅଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ବର୍ଷା ।

ଗତକାଲି ଅନୁଭବ ଏକ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍‌ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ନିଜ ପକ୍ଷ ରଖିଛନ୍ତି। ଅପରପକ୍ଷେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସା ମାମଲା ଆଣିଥିବା ବର୍ଷା ପ୍ରିୟଦର୍ଶନୀ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି।

ବର୍ଷା  ଉଲ୍ଲେଖ କରିଛନ୍ତି, ସତ କେବେ ଲୁଚି ରହେନା । ଭୁଲ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିଯିବା କଥା । ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।  ତେବେ କେହି ଆଇନର ଉର୍ଦ୍ଧ୍ୱରେ ନୁହଁ । ମୁଁ ଯେଉଁ କଠିନ ସମୟ ଦେଇ ଗତିକରୁଛି, ଏଠି ସମସ୍ତଙ୍କର ଆଶିର୍ବାଦ ଚାହୁଁଛି । ତା’ସହ ନିରବତା ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି । ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲପାଇବା ରହିଛି ବୋଲି ସେ ଉଲ୍ଲେଖ କରିବା ସହ ଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି ।

Related story