କରୋନାକୁ ନେଇ ଡ଼ରନ୍ତୁନି, ଲଢ଼ିବାକୁ କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାରିତ କରନାହିଁ। ଏପରି କଲେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠିକ୍‌ ସେପରି ଭୟ ସୃଷ୍ଟି ନକରିବାକୁ ମଧ୍ୟ ଅପିଲ କରାଯାଇଥିଲା। ଏହା ସତ୍ତ୍ୱେ ଲୋକଙ୍କ ମନ ଭିତରେ ଭୟ ସୃଷ୍ଟି କରାଯାଉଛି। ଯେଉଁଥିପାଇଁ ‘କରୋନା’ ଆକ୍ରାନ୍ତମାନେ ସରକାରଙ୍କ ଫୋନ୍‌ ଉଠାଉନାହାନ୍ତି। ଭୟକୁ ଦୂର କରି ପରିବାର ଓ ପଡ଼ୋଶୀଙ୍କୁ ‘କରୋନା’ ସମ୍ପର୍କରେ କହିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ […]

subrat

subrat

Manoranjan Sial
  • Published: Thursday, 02 April 2020
  • Updated: 02 April 2020, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାରିତ କରନାହିଁ। ଏପରି କଲେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠିକ୍‌ ସେପରି ଭୟ ସୃଷ୍ଟି ନକରିବାକୁ ମଧ୍ୟ ଅପିଲ କରାଯାଇଥିଲା। ଏହା ସତ୍ତ୍ୱେ ଲୋକଙ୍କ ମନ ଭିତରେ ଭୟ ସୃଷ୍ଟି କରାଯାଉଛି। ଯେଉଁଥିପାଇଁ ‘କରୋନା’ ଆକ୍ରାନ୍ତମାନେ ସରକାରଙ୍କ ଫୋନ୍‌ ଉଠାଉନାହାନ୍ତି। ଭୟକୁ ଦୂର କରି ପରିବାର ଓ ପଡ଼ୋଶୀଙ୍କୁ ‘କରୋନା’ ସମ୍ପର୍କରେ କହିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି-“ଓଡ଼ିଶାରୁ ଆଜି ସୁଦ୍ଧା ୫ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କ ପାଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୯ ଥର ଫୋନ୍‌ କରାଯାଇଥିଲା। ସେଥିରୁ ସେ ଥରେ ଫୋନ୍‌ ଉଠାଇ ଥିଲେ। ଏମିତି କାହିଁକି ହେଉଛି? ଭୟପାଇଁ ଏମିତି ହେଉଛି। ଦୁର୍ବଳ ପରିସ୍ଥିତିରେ ଡ଼ର ବା ଭୟ ଆସିବା ଏକ ସ୍ୱଭାବିକ ପ୍ରତିକ୍ରିୟା। କିନ୍ତୁ ମଣିଷ ହିସାବରେ ଏହି ଡ଼ର ଓ ଭୟଙ୍କୁ ଜୟ କରିବାର କ୍ଷମତା ଭଗବାନ ଆମକୁ ଦେଇଛନ୍ତି। ଭୟକୁ ଯେତେ ଡ଼ରିବା, ସିଏ ଆମକୁ ସେତେ ଡ଼ରାଇବ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି, ଯଦି କୌଣସି ବ୍ୟକ୍ତି ‘କରୋନା’ରେ ଆକ୍ରାନ୍ତ ହେଉଛନ୍ତି, ତାହାହେଲେ ଦମ୍ଭର ସହକାରେ ଆଗେଇ ଆସନ୍ତୁ। ପରିବାର ଓ ପଡ଼ୋଶୀଙ୍କୁ ଅବଗତ କରାନ୍ତୁ। ଏପରି କଲେ ‘କରୋନା’ ଆକ୍ରାନ୍ତଙ୍କ ନିର୍ଭିକ ଚରିତ୍ର, ସେମାନଙ୍କୁ ବଞ୍ଚାଇ ପାରିବ। ଏଥିପାଇଁ ପରିବାର, ପଡ଼ିଶା ଓ ସମ୍ପର୍କୀୟ ଚିରକାର ପାଇଁ କୃତଜ୍ଞ ହୋଇ ରହିବେ। ତେଣୁ ଡ଼ରନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos