ସାବଧାନ: ରାସାୟନିକ ରଙ୍ଗ ବିକିଲେ ଫସିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ଖେଳ ସମୟରେ ଆଇନ୍ ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯିବ। ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ବ୍ୟାପକ ପୋଲିସ୍ ମୁତୟନ କରାଯିବ। କ୍ଷତିକାରକ ରାସାୟନିକ ରଙ୍ଗ ବିକ୍ରି କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ୱାଇ.ବି ଖୁରାନିଆ। ଟ୍ରାଫିକ୍ ପୋଷ୍ଟରେ ପୋଲିସ୍ ମୁତୟନ ହେବେ। ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। କୁଇକ୍ ଆକ୍‌ସନ ଟିମ୍ ମଧ୍ୟ ଆଇନ ଶୃଙ୍ଖଳା ଉପରେ ନଜର ରଖିବ। ଏଥିପାଇଁ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇଛି। […]

holi in odisha

Rakesh Mallick
  • Published: Wednesday, 28 February 2018
  • , Updated: 01 March 2018, 04:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋଲି ଖେଳ ସମୟରେ ଆଇନ୍ ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯିବ। ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ବ୍ୟାପକ ପୋଲିସ୍ ମୁତୟନ କରାଯିବ। କ୍ଷତିକାରକ ରାସାୟନିକ ରଙ୍ଗ ବିକ୍ରି କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ୱାଇ.ବି ଖୁରାନିଆ।

ଟ୍ରାଫିକ୍ ପୋଷ୍ଟରେ ପୋଲିସ୍ ମୁତୟନ ହେବେ। ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। କୁଇକ୍ ଆକ୍‌ସନ ଟିମ୍ ମଧ୍ୟ ଆଇନ ଶୃଙ୍ଖଳା ଉପରେ ନଜର ରଖିବ। ଏଥିପାଇଁ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏହି ସ୍କ୍ୱାର୍ଡ଼ରେ ରହିଛନ୍ତି। ସେହିପରି ରଙ୍ଗ ବିକ୍ରୀ ହେଉଥିବା ଦୋକାନରେ ଯାଞ୍ଚ କରାଯିବ। କ୍ଷତିକାରକ ରସାୟନ ରଙ୍ଗ ବିକ୍ରୀ ହେଉଥିଲେ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍‌କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story