ଆରମ୍ଭ ହେଲା ଘରେ ଘରେ କରୋନା ଯାଞ୍ଚ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତଗତିରେ ଆଗକୁ ମାଡୁଥିବା କରୋନାକୁ ଚେକ୍ ଦେବାକୁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ । ଏହା ଜୁଲାଇ ୩୧ ଯାଏଁ ଚାଲିବ  ଯାଂଚ। ତେବେ କୌଣସି ବ୍ୟକ୍ତିଙ୍କଠାରେ ରୋଗର ଲକ୍ଷଣ ଦେଖାଗଲେ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ । ସେପଟେ କରୋନା କେସ୍ ଓ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଜିଲ୍ଲାସ୍ତରରେ କଟକଣା ଲଗାଯାଉଛି। ଏହି କ୍ରମରେ ଆଜିଠାରୁ ଖୋର୍ଦ୍ଧା ସବ୍‌ଭିଜନ୍‌ରେ ଲାଗୁ ହୋଇଛି ୧୬ ଘଣ୍ଟିଆ ସଟ୍‌ଡାଉନ୍। […]

6bnm

6bnm

Tapas Behera
  • Published: Tuesday, 16 June 2020
  • Updated: 16 June 2020, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତଗତିରେ ଆଗକୁ ମାଡୁଥିବା କରୋନାକୁ ଚେକ୍ ଦେବାକୁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ । ଏହା ଜୁଲାଇ ୩୧ ଯାଏଁ ଚାଲିବ  ଯାଂଚ। ତେବେ କୌଣସି ବ୍ୟକ୍ତିଙ୍କଠାରେ ରୋଗର ଲକ୍ଷଣ ଦେଖାଗଲେ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ । ସେପଟେ କରୋନା କେସ୍ ଓ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଜିଲ୍ଲାସ୍ତରରେ କଟକଣା ଲଗାଯାଉଛି। ଏହି କ୍ରମରେ ଆଜିଠାରୁ ଖୋର୍ଦ୍ଧା ସବ୍‌ଭିଜନ୍‌ରେ ଲାଗୁ ହୋଇଛି ୧୬ ଘଣ୍ଟିଆ ସଟ୍‌ଡାଉନ୍।

ଗଲା ୨୪ ଘଣ୍ଟା ଭିତରେ ଆସିଛି ୧୦୮ ପଜିଟିଭ୍ କେଶ୍। ସେଥିରୁ ସ୍ଥାନୀୟ ସଂକ୍ରମଣ ୧୩ କେବଳ ରାଜଧାନୀ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ । ସେହିପରି ବାତ୍ୟା ଆମ୍ଫନ ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୧୫ ଜଣ ଅଗ୍ନିଶମ କର୍ମଚାରୀ ବି ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି ଚଳିତ ମାସ ଆଗରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୨୪୫। ଗଲା ୧୫ ଦିନ ଭିତରେ ଏହି ସଂଖ୍ୟା ୧୯୧୮ ବଢ଼ି ପହଞ୍ଚିଛି ୪ ହଜାର ୧୬୩ରେ ତାସହ ଏହି ଦୁଇ ସପ୍ତାହରେ ୪ ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା। ଜୁନ୍‌ରେ ଦ୍ରୁତଗତିରେ ବଢୁଥିବା ସଂକ୍ରମଣକୁ ଦେଖି ନୂଆ ଷ୍ଟ୍ରାଟେଜି କରିଛନ୍ତି ରାଜ୍ୟ ସରକାର।  ଆଜିଠାରୁ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ। ଭଦ୍ରକରୁ ଗଂଜାମ, ବାଲେଶ୍ୱରରୁ ବଲାଙ୍ଗୀର ସମସ୍ତ ୩୦ଟି ଜିଲ୍ଲାରେ ଆଶାକର୍ମୀ, ଅଙ୍ଗନଓ୍ୱାଡି ଓ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି  ଥଣ୍ଡା, କାଶ, ଛିଙ୍କ ଓ କୋଭିଡ୍ ଲକ୍ଷଣ ଅଛି କି ନାହିଁ ପଚାରି ବୁଝୁଛନ୍ତି । ନାମ ପଞ୍ଜୀକରଣ ସହ ଆବଶ୍ୟକ ସ୍ଥଳରେ କୋଭିଡ୍ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ଆଗଧାଡ଼ିର କର୍ମୀ ଓ ପ୍ରବାସୀ ଶ୍ରମିକମାନଙ୍କର RTPCR ଟେଷ୍ଟ କରିବାକୁ କୁହାଯାଇଛି।

ସେପଟେ ଖୋର୍ଦ୍ଧା ସବ୍ ଡିଭିଜନ୍‌ରେ ଜୁନ୍ ୩୦ ଯାଏଁ ଅପରାହ୍ନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଓ ଔଷଧ ଦୋକାନକୁ ଏଥିରୁ ବାଦ୍ ଦିଆଯାଇଛି । ତେବେ ଅନ୍ୟ ସମସ୍ତ ଦୋକାନ ସକାଳ ୬ରୁ ଦିନ ୨ଟା ଯାଏଁ ଖୋଲିପାରିବ। ତେବେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏହି କଟକଣା ଲାଗୁ ହେବ ନାହିଁ। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍‌ରେ ଥିବା ଗଂଜାମ ଜିଲ୍ଲାରେ ଗତ ୧୪ ତାରିଖରୁ ଆସନ୍ତା ୩୦ ଯାଏଁ ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଲକ୍‌ଡାଉନ୍ ଲାଗୁ ହୋଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଯେଉଁ ୫ ଘଣ୍ଟା ସମୟ ମିଳୁଛି ସେହି ସମୟରେ ସାମଜିକ ଦୂରତ୍ୱର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story