ଜଣେ ଭାଇକୁ ମାରି ଦେଲେ, ଆଉ ଜଣେ ଭାଇ ହାତରେ ମଲେ

ମୁନିଗୁଡ଼ା (ନନ୍ଦକିଶାର ପଟ୍ଟନାୟକ): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ସୁକ୍ଳାଭଟ୍ଟା ଗାଁରେ ଡବଲ୍‌ ମର୍ଡର ହୋଇଛି। ମୃତକ ଦ୍ୱୟ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମକର ବଡ଼ ଓ କରୁଣା ସାନ। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। […]

dead-body

Jyoshna Pradhan
  • Published: Friday, 21 June 2019
  • , Updated: 21 June 2019, 01:47 PM IST

ମୁନିଗୁଡ଼ା (ନନ୍ଦକିଶାର ପଟ୍ଟନାୟକ): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ସୁକ୍ଳାଭଟ୍ଟା ଗାଁରେ ଡବଲ୍‌ ମର୍ଡର ହୋଇଛି। ମୃତକ ଦ୍ୱୟ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମକର ବଡ଼ ଓ କରୁଣା ସାନ।

ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। ମକରଙ୍କ ନିଜ ସାନ ଭାଇ ନକୁଳ ଏକଥା ଜାଣିବା ପରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେ ବଡ଼ ଭାଇଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କରୁଣାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ ନକୁଳଙ୍କୁ ଗିରଫ କରିଛି। ଏଥିସହ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଧିକ ତଦନ୍ତ ଆରମ୍ଭ କରିଛି। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

 

 

Related story