ଯୌତୁକ ପାଇଁ ବୋହୂକୁ ପୋଡ଼ି ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଦେଇଥିବା ଅଭିଯୋଗ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଏହି ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତ ମହିଳା ଜଣକ ହେଲେ ଆଶିଷ ପଢିଆରୀଙ୍କ ପତ୍ନୀ ରଶ୍ମି ପଢ଼ିଆରୀ। ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୁ ଘରଲୋକେ ଝିଅକୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଇଛି। ମହିଳାଙ୍କ ଭାଇ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି ଯେ, ବାହାଘର ବେଳେ ଆମେ ଯାନି ଯୌତୁକ […]

701617-dowry-death-final-170308

Tapas Behera
  • Published: Sunday, 11 November 2018
  • , Updated: 11 November 2018, 12:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଦେଇଥିବା ଅଭିଯୋଗ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଏହି ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତ ମହିଳା ଜଣକ ହେଲେ ଆଶିଷ ପଢିଆରୀଙ୍କ ପତ୍ନୀ ରଶ୍ମି ପଢ଼ିଆରୀ। ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୁ ଘରଲୋକେ ଝିଅକୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଇଛି।

ମହିଳାଙ୍କ ଭାଇ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି ଯେ, ବାହାଘର ବେଳେ ଆମେ ଯାନି ଯୌତୁକ ଦେଇ ଝିଅକୁ ବିଦା କରିଥିଲରୁ। ଏହା ସତ୍ତ୍ୱେ ଶାଶୂଘର ଲୋକେ କିଛି ପଇସା ପାଇଁ ଦାବି କରୁଥିଲେ। ଏମିତି କି ମୋ ଭଉଣୀକୁ ତୁମର କେତେ ସମ୍ପତ୍ତି ଅଛି ବୋଲି ପଚାରୁଥିଲେ। ଏନେଇ ସେମାନେ ବାରମ୍ବାର ମୋ ଭଉଣୀଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଆଉ ଶେଷରେ ଗତକାଲି ସେମାନେ ମୋ ଭଉଣୀକୁ ପୋଡ଼ି ମାରିଦେଇଥିବା ଲକ୍ଷ୍ମଣ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁଲିସ ମୃତ ଦେହ ଜବତ କରିବା ସହ ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କୁ ଅଟକ ରଖି ଜେରା କରୁଛି।

Related story