ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛନ୍ତି ଡାକ୍ତର ଚିତ୍ତରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତାକୁ ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଥିଲେ ମଧ୍ୟ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ସାତ ସପନ। କିନ୍ତୁ କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଡାକ୍ତରଖାନା ଆସୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି, ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା। ଏଭଳି ଗାଁ’ମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି କୋରାପୁଟର ଦଶମନ୍ତପୁର ଗିରିଲିଗୁମ୍ମାରେ କାର୍ଯ୍ୟରତ ଡାକ୍ତର ଚିତ୍ତରଞ୍ଜନ ଜେନା। ଏଥିପାଇଁ ସେ […]

Dr-Chitta

Dr-Chitta

Subrat Kumar Nayak
  • Published: Sunday, 07 July 2019
  • Updated: 26 August 2019, 12:34 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତାକୁ ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଥିଲେ ମଧ୍ୟ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ସାତ ସପନ। କିନ୍ତୁ କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଡାକ୍ତରଖାନା ଆସୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି, ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା। ଏଭଳି ଗାଁ'ମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି କୋରାପୁଟର ଦଶମନ୍ତପୁର ଗିରିଲିଗୁମ୍ମାରେ କାର୍ଯ୍ୟରତ ଡାକ୍ତର ଚିତ୍ତରଞ୍ଜନ ଜେନା।

ଏଥିପାଇଁ ସେ ମାଇଲ ମାଇଲ ଦୁର୍ଗମ ବାଟ ପାଦରେ ଚାଲି ସ୍ୱାସ୍ଥ୍ୟସେବା ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏଥିପାଇଁ ଆଜି ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ସେ ଦିଲ୍ଲୀଠାରେ ସମ୍ମାନିତ ହେବା ପରେ ସାରା ରାଜ୍ୟରେ ତାଙ୍କ ମହତ୍‌ ପ୍ରୟାସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ସେ ଏକା ନୁହନ୍ତି, ତାଙ୍କ ସହିତ ୯ ଜଣ ସହଯୋଗୀ ମଧ୍ୟ ଅଛନ୍ତି। ଏହି କମିଟିର ନାଁ ସେ ଦେଇଛନ୍ତି, 'ଗାଁକୁ ଚାଲ କମିଟି'। ତାଙ୍କର ଏହି ଅଭିଯାନ ବିଷୟରେ ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ‘ୱାନ୍‌ ଡେ ୱିଥ୍‌ ଗଡ୍ସ ଓନ୍‌ ପିପୁଲ’ ବା ‘ଭଗବାନଙ୍କ ନିଜ ଲୋକଙ୍କ ସହ ଦିନେ’। ଅର୍ଥାତ ସେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀଙ୍କୁ ‘ଭଗବାନଙ୍କ ନିଜ ଲୋକ’ ବୋଲି ଭାବନ୍ତି। ସେ କୁହନ୍ତି, ସେମାନଙ୍କ ସେବା ହିଁ ପ୍ରକୃତ ସେବା, ସେଥିରେ ହିଁ ଆତ୍ମସନ୍ତୋଷ ମିଳେ।

କଟକ ଏସସିବି ମେଡିକାଲ କଲେଜ୍‌ର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଡା. ଚିତ୍ତରଞ୍ଜନ ଏପରି ଅଭିନବ କାର୍ଯ୍ୟ ପାଇଁ କାହିଁକି ଚିନ୍ତା କଲେ ପଚାରିଲେ କୁହନ୍ତି, ୨୦୦୭ ମସିହାରେ ଦଶମନ୍ତପୁର ବ୍ଲକ୍‌ରେ ହଇଜା ବ୍ୟାପି ୩୫୦ ଜଣଙ୍କ ଜୀବନ ନେଇଥିଲା। ଏହି ଘଟଣା ତାଙ୍କୁ ଅପ୍ରମିତ ଦୁଃଖ ଆଣି ଦେଇଥିଲା। ଏହି ନିରୀହ ଓ ଅବହେଳିତ ଆଦିବାସୀଙ୍କ ପାଇଁ ସେ କିଛି କରିବାକୁ ମନସ୍ଥ କରିଥିଲେ, ଯାହା ୨୦୧୭ ମସିହା ଅଗଷ୍ଟ ୧୫ରେ ବାସ୍ତବ ରୂପ ନେଇଥିଲା।

ଅପହଞ୍ଚ ଇଲାକାରେ ଥିବା ଗାଁ ଗୁଡ଼ିକୁ ଗାଁକୁ ଚାଲ କମିଟି ସଦସ୍ୟମାନଙ୍କ ସହ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରନ୍ତି। ମଶା କାହିଁକି ହୁଅନ୍ତି ବୁଝାଇବା, ମଶାରୀ ବ୍ୟବହାର ଓ ସାବୁନ୍‌ରେ ହାତ ଧୋଇବାର ଲାଭ ଏବଂ ପରିବେଶ ସଫାସୂତୁରା ରଖିବା ଆଦି ଲୋକଙ୍କୁ ବୁଝାନ୍ତି। ହଇଜା ଭଳି ଜଳ ବାହିତ ରୋଗ କାହିଁକି ହୁଏ ଓ ସ୍ୱଚ୍ଛ ପାନୀୟ ଜଳ ପିଇବାର ଉପକାରିତା ବାବଦରେ ମଧ୍ୟ ସେମାନଙ୍କୁ ବୁଝାଇଥାନ୍ତି। ଏସବୁ ବାଦ୍‌ ବାଲ୍ୟବିବାହ, ଝଡ଼ାଫୁଙ୍କା ଆଦି ବିଭିନ୍ନ ସାମାଜିକ କୁପ୍ରଥା ଓ ଅନ୍ଧବିଶ୍ୱାସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରନ୍ତି।

ଏହି କମିଟି ଅଧୀନରେ ଏବେ 'ସ୍ୱାସ୍ଥ୍ୟ ସହାୟକ ବାହିନୀ' ମଧ୍ୟ ଗଠିତ ହୋଇଛି ଓ ଏମାନେ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଉଛନ୍ତି। ଏଥିରେ ଆଶା କର୍ମୀ, ଏଏନ୍‌ଏମ୍‌ ଏବଂ ଡାକ୍ତରଙ୍କ ବଡ଼ ଭୂମିକା ମଧ୍ୟ ରହୁଛି। ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ଦିନ ଆସିବ ଯେବେ ଅଧିକ ମୃତ୍ୟୁହାର ଓ ସ୍ଵାସ୍ଥ୍ୟ ସଚେତନତାର ଅଭାବ ପାଇଁ ପରିଚିତ ଦଶମନ୍ତପୁର ବ୍ଲକ୍‌ ରାଜ୍ୟର ଆଦର୍ଶ ବ୍ଲକ୍‌ର ମାନ୍ୟତା ପାଇବ।

ଡାକ୍ତର ଚିତ୍ତରଞ୍ଜନ ଜେନା ଆଜି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ନୂଆଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି, ଯେଭଳି ବ୍ୟାଙ୍କସେବା ପ୍ରତି ପରିବାରକୁ ପହଞ୍ଚାଇବା ପାଇଁ ‘ଜନଧନ’ ଯୋଜନା ଆରମ୍ଭ କରାଯାଇଛି, ଠିକ ସେହିପରି ସ୍ୱାସ୍ଥ୍ୟସେବା ଦେଶର କୋଣ ଅନୁକୋଣ, ଏପରିକି ବିଚ୍ଛିନ୍ନାଞ୍ଚଳରେ ଯେମିତି ପହଞ୍ଚିପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉ। ସଚେତନତା ଏବଂ ଯୋଗାଯୋଗର ଅଭାବ ଅନ୍ୟ ସମସ୍ୟା କାରଣରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକଙ୍କ ସୁସ୍ଥ ଜୀବନ ଏପରି ଉପାୟରେ ସୁନିଶ୍ଚିତ କରାଯାଇପାରିବ। ଏହି ଉପାୟରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ମଧ୍ୟ ସାମିଲ କରାଯାଇପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story