ପୁଅ କେମିତି ଜାଣିଲା ମୁଁ ଦୁଃଖୀ ବୋଲି: ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଖୁସିରେ ନାହାନ୍ତି। ଏପରି କିଛି ଅନୁମାନ କରି ଆଜି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବାପା ଡା.ଦାମୋଦର ରାଉତ। ସେ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ କେମିତି ଜାଣିଲେ। ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। […]

dama-and-sambit-routray

Manoranjan Sial
  • Published: Friday, 07 June 2019
  • , Updated: 07 June 2019, 06:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଖୁସିରେ ନାହାନ୍ତି। ଏପରି କିଛି ଅନୁମାନ କରି ଆଜି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବାପା ଡା.ଦାମୋଦର ରାଉତ। ସେ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ କେମିତି ଜାଣିଲେ।

ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ତାଙ୍କ ପୁଅ ଦେଇଥିବା ମନ୍ତବ୍ୟ ନେଇ ଡାକ୍ତର ରାଉତ କହିଛନ୍ତି-“ଏକଥା ମୋ ପୁଅ ନୁହେଁ, ବିଜେଡି ବିଧାୟକ କହିଛନ୍ତି। ମୁଁ ବିଜେପି ଲୋକ, ସେ ବିଜେଡିର। ସେ କେମିତି ଜାଣିଲା ମୁଁ ଦୁଃଖୀ ଅଛି ବୋଲି। ମୁଁ ବିଜେପିକୁ ଗଲା ପରେ ସେ ବିଜେଡି ବିଧାୟକ ହୋଇଛି। ପିଲାମାନଙ୍କ ବୟସ ହୋଇଗଲେ, ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ ତିଆରି କରିବେ। ତେଣୁ ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। ଆଉ ନିର୍ବାଚନରେ ସେ ଜିତିଛନ୍ତି, ମୁଁ ହାରିଛି। ନିର୍ବାଚନରେ ହାରଜିତ ରହିଛି। ଏହା ଏକ ପ୍ରକ୍ରିୟା। ତେଣୁ ମୁଁ ମୋ ଦଳରେ ରହିଛି। ନିର୍ବାଚନରେ ହାରିବା ପରେ ଦୁଃଖୀ ବୋଲି ମୁଁ କାହାକୁ କିଛି କହିନି। ସିଏ ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତାମତ। ମୁଁ ଯେଉଁ ଦଳରେ ରହିଛି, ନିଷ୍ଠା ସହକାରେ ରହିଛି।”

ବିଜେଡିକୁ ଫେରିବେ କି ପ୍ରଶ୍ନରେ ଦାମ କହିଛନ୍ତି-“ମୋତେ କିଛି ନପଚାରି ରାତିଅଧିଆ କାଢ଼ି ଦେଲେ। ଏବେ ଡାକିବେ କାହିଁକି? ଏଗୁଡ଼ାକୁ ସବୁ ଅବାନ୍ତର କଥା। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏପରି କରାଯାଉଛି।”

ପୂର୍ବରୁ ଦାମଙ୍କ ପୁଅ ସମ୍ୱିତ କହିଥିଲେ, ବରିଷ୍ଠ ନେତା ଡାକ୍ତର ରାଉତ ବିଜେପିକୁ ଯାଇ ଖୁସିରେ ନାହାନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିବେ ବୋଲି ମଧ୍ୟ ସେ କହିଥିଲେ।

Related story