ଏପ୍ରିଲ୍‌ ସୁଦ୍ଧା ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନକ୍ସା, ଅସନ୍ତୋଷ ଝାଡ଼ିଲେ ରଘୁନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀର ବିକାଶ କରୁଛନ୍ତି। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଉଚ୍ଛେଦ ପରେ ଐତିହ୍ୟ କରିଡର ପାଇଁ ଆଜି ଭୁବନେଶ୍ୱରରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଐତିହ୍ୟ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ହେବ। ସାଧାରଣ ଲୋକେ ଚାହିଁଲେ ଇ-ମେଲ୍‌ରେ ମାଧ୍ୟମ ମତାମତ ଦେଇପାରିବେ ଶ୍ରୀ କ୍ରିଷନ୍‌ କୁମାର କହିଛନ୍ତି। […]

puri

puri

Manoranjan Sial
  • Published: Tuesday, 04 February 2020
  • Updated: 04 February 2020, 05:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀର ବିକାଶ କରୁଛନ୍ତି। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଉଚ୍ଛେଦ ପରେ ଐତିହ୍ୟ କରିଡର ପାଇଁ ଆଜି ଭୁବନେଶ୍ୱରରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଐତିହ୍ୟ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ହେବ। ସାଧାରଣ ଲୋକେ ଚାହିଁଲେ ଇ-ମେଲ୍‌ରେ ମାଧ୍ୟମ ମତାମତ ଦେଇପାରିବେ ଶ୍ରୀ କ୍ରିଷନ୍‌ କୁମାର କହିଛନ୍ତି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଥିବା ବେଳେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କ୍ରିଷନ କୁମାର କହିଛନ୍ତି-“ଐତିହ୍ୟ କରିଡର ପାଇଁ ୪ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମଟି ହେଲା ଶ୍ରୀମନ୍ଦିର ଚାରିପଟେ ଥିବା ସାହିକୁ ସାହି କିପରି ଆତଯାତ ସୁବିଧା ହୋଇପାରିବ, ସେଥିପାଇଁ ମାଇକ୍ରୋ ପ୍ଲାନିଂ କରାଯିବ। ଦ୍ୱିତୀୟଟି ହେଲା, ରଥଯାତ୍ରାରେ ପରମ୍ପରା ବଜାୟ ରଖାଯିବ। ରଥଖଳା ପୂର୍ବପରି ବ୍ୟବସ୍ଥିତ ହେବ। ଚନ୍ଦନ ଯାତ୍ରା ପରି ଦେବଦେବୀଙ୍କ ବାହାର ଯାତ୍ରା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିବ। ଶ୍ରୀମନ୍ଦିର ଭିତରକୁ ଯିବାବେଳେ ହାତ ଓ ପାଦ ଧୁଆ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ତୃତୀୟଟି ହେଲା, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବିତ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଜାଗା ରହିବ। ୪ର୍ଥଟି ହେଲା, ୫ ହଜାର ଭକ୍ତ ଏକାଠି ବସି ମହାପ୍ରସାଦ ଖାଇବା ପାଇଁ ସ୍ଥାନ ରଖାଯିବ।”

ତେବେ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନେଇ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଐତିହ୍ୟ କରିଡ଼ର ବୈଠକ ପରେ ଶ୍ରୀ ମହାପାତ୍ର କହିଛନ୍ତି, ଚତୁଃପାର୍ଶ୍ୱରେ ଯାହା ନିର୍ମାଣ ଚାଲିଛି, ସେଥିରେ ଉତ୍କଳ କଳା କୌଶଳ ରହୁନି। ମୋତେ ଯଦି ପରାମର୍ଶ ମାଗନ୍ତି ମୁଁ କହିବି ବୋଲି କହିଲେ ରଘୁନାଥ।

ରଘୁନାଥଙ୍କ ମନ୍ତବ୍ୟ ନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି-“ରଘୁନାଥ ମହାପାତ୍ରଙ୍କ ପରାମର୍ଶରେ ସବୁ କରାଯିବ।”

ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀକ୍ଷେତ୍ରର ଐତିହ୍ୟ, ସଂସ୍କୃତି, ମହିମା ଓ ପରମ୍ପରାକୁ ଆଗେଇ ନିଆଯିବ। ପୁରୀର ସୁନାମ କିପରି ଦେଶ ତଥା ବିଶ୍ୱରେ ପ୍ରଚାର ହେବ ସେନେଇ ଧ୍ୟାନ ଦିଆଯିବ। ଐତିହ୍ୟ କରିଡର କାର୍ଯ୍ୟ ହାତକୁ ନେଇଥିବା କମ୍ପାନୀ ପ୍ରଥମ ଝଲକ ଦେଖାଇଛି। ପୁରୀର ଐତିହ୍ୟ, ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିବ ବୋଲି ଗଜପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story