ସ୍ମାର୍ଟ ସିଟିର ସ୍ମାର୍ଟ ରୂପ: ଏନ୍‌ଏଚ୍‌ରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି  

Ordigital Desk
  • Published: Sunday, 18 February 2018
  • , Updated: 18 February 2018, 09:14 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥ(ଏନ୍ଏଚ୍) ଉପରେ ଆଣ୍ଠୁଏ ଉଚ୍ଚରେ ନର୍ଦ୍ଦମା ପାଣି। ଖରା ଦିନେ ବନ୍ୟା ଭଳି ଭ୍ରମ ସୃଷ୍ଟି କରିଥିବା ଏହି ଦୃଶ୍ୟ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର। ତେବେ ଏହା କୌଣସି ନଦୀ କି ବର୍ଷାର ଜଳ ନୁହେଁ। ଇଏ ହେଉଛି ସ୍ମାର୍ଟ ସିଟିର ଡ୍ରେନ ପାଣି। ଆଉ ଏହି ଅଂଚଳ ହେଉଛି ଖଣ୍ଡଗିରି-ଡୁମଡୁମା ମୁଖ୍ୟ ରାସ୍ତା। ଅଭିଯୋଗ ଅନୁସାରେ ଗତ ୨ ବର୍ଷ ଧରି ଏହି ଅଂଚଳର ନର୍ଦ୍ଦମା ପାଣି ଏକ ଘରୋଇ ପ୍ଲଟରେ ପଶୁଥିଲା। ତେବେ ଉକ୍ତ ପ୍ଲଟରେ ବିଲ୍ଡିଂ କାମ ଆରମ୍ଭ ହେବା ପରେ ଡ୍ରେନ ପାଣି ରାସ୍ତାକୁ ଆସିଥିଲା।&nbsp; ଡ୍ରେନେଜ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଏମ୍&zwnj;ସି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।</p>

Related story