ଏଣିକି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ଜରୁରୀ ହେବ ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ନିମନ୍ତେ ଏକ ସ୍ୱଳ୍ପ ଅବଧିର ସଡ଼କ ନିରାପତ୍ତା ପ୍ରଶିକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ(ଏସଟିଏ)ଙ୍କ ଦ୍ୱାରା ୨୦୨୨ ଜାନୁୟାରୀ ୪ତାରିଖରେ ଆସିଥିବା ଏକ ପ୍ରସ୍ତାବକୁ ରାଜ୍ୟ ସରକାର ଗତକାଲି ଅନୁମୋଦନ କରିବା ସହ ଏନେଇ ଟେଣ୍ଡର ଆହ୍ୱାନ ନିମନ୍ତେ ଅନୁମତି ଦେଇଛନ୍ତି । ମିଳିଥିବା […]

DL

DL

Ordigital Desk
  • Published: Wednesday, 02 November 2022
  • Updated: 02 November 2022, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ନିମନ୍ତେ ଏକ ସ୍ୱଳ୍ପ ଅବଧିର ସଡ଼କ ନିରାପତ୍ତା ପ୍ରଶିକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ(ଏସଟିଏ)ଙ୍କ ଦ୍ୱାରା ୨୦୨୨ ଜାନୁୟାରୀ ୪ତାରିଖରେ ଆସିଥିବା ଏକ ପ୍ରସ୍ତାବକୁ ରାଜ୍ୟ ସରକାର ଗତକାଲି ଅନୁମୋଦନ କରିବା ସହ ଏନେଇ ଟେଣ୍ଡର ଆହ୍ୱାନ ନିମନ୍ତେ ଅନୁମତି ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନଥିବାରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ମଧ୍ୟରେ ସଡ଼କ ନିରାପତ୍ତା ସଂକ୍ରାନ୍ତ ସଚେତନତା ସୃଷ୍ଟି କରି ଓ ସେମାନଙ୍କୁ ପ୍ରଶିକ୍ଷିତ କରାଇ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ସଡ଼କରେ ଗାଡ଼ି ଚଳାଚଳର ନିୟମ, ସଡ଼କ ନିରାପତ୍ତା ଓ ଫାଷ୍ଟଏଡ୍ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଦୀର୍ଘ ୧୦ମାସ ଧରି ପକାଇ ରଖିବା ପରେ ରାଜ୍ୟ ସରକାର ଗତକାଲି ଏଥିପାଇଁ ଅନୁମତି ଦେଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ), ଅତିରିକ୍ତ ଆରଟିଓ ଓ ସହାୟକ ଆରଟିଓ କାର୍ଯ୍ୟାଳୟରେ ଏହି ପ୍ରଶିକ୍ଷଣ ନିମନ୍ତେ ବ୍ୟବସ୍ଥା ରହିବ । ଏନେଇ ଖୁବଶୀଘ୍ର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଘରୋଇ ସଂସ୍ଥାକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି । ଏହି ସଂସ୍ଥାଗୁଡ଼ିକ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟରେ ନିଜର ଅଫିସ୍ ଖୋଲି ସେଠାରେ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ସଡ଼କ ନିରାପତ୍ତା ଓ ନିୟମ ଆଦି ସମ୍ପର୍କରେ ସଚେତନ କରାଇବେ । ତା’ପରେ ସେମାନଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ତଥା ସେଥିରେ କୃତକାର୍ଯ୍ୟ ହେଲେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହକଦାର ହେବେ । ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ସଡ଼କରେ ଲାଗିଥିବା ସାଇନବୋର୍ଡ, ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଦଣ୍ଡ, ଅନ୍ୟ ସଡ଼କ ନିରାପତ୍ତା ସଂକ୍ରାନ୍ତ ନିୟମାବଳୀ ସମ୍ପର୍କରେ ସଚେତନ କରାଯିବ ।

ଏବେ ପ୍ରଚଳିତ ନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ସେଠାରେ କମ୍ପ୍ୟୁଟରୀକୃତ ଟେଷ୍ଟ ଦେବାର ବାଧ୍ୟତାମୂଳକ ପ୍ରାବଧାନ ରହିଛି । ଏହି କମ୍ପ୍ୟୁଟରୀକୃତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଲର୍ଣ୍ଣିଂ ଲାଇସେନ୍ସ ମିଳୁଛି । ଏହାର ୬ମାସ ମଧ୍ୟରେ ସମ୍ପୃକ୍ତ ଆବେଦନକାରୀ ଡ୍ରାଇଭିଂ ଟେଷ୍ଟ୍ ଦେଇ ସେଥିରେ କୃତକାର୍ଯ୍ୟ ହେଲେ ଚୂଡ଼ାନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇ ପାରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story