ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି DL ଓ LL ପାଇଁ ବନ୍ଦ ହୋଇଯାଇଥିବା ଡ୍ରାଇଭିଂ ଟେଷ୍ଟ ପୁଣି ଥରେ ଆରମ୍ଭ ହେବ । ଆସନ୍ତା ୨/୩ ଦିନ ଭିତରେ ଡିଏଲ୍ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆରମ୍ଭ ହେବ ଟେଷ୍ଟ।
କରୋନା କଟକଣା ମାନି ଦୈନିକ ୨୦ ଜଣଙ୍କର ଟେଷ୍ଟ କରାଯିବ। ଏନେଇ ପରିବହନ କମିଶନରଙ୍କୁ ପରିବହନ ବିଭାଗ ଚିଠି ଲେଖିଥିବା ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଲକ୍ଡାଉନ୍, ଶଟଡାଉନ୍ କଟକଣା ଲାଗୁ ହେବାରୁ DL ଓ LL ପାଇଁ ଡ୍ରାଇଭିଂ ଟେଷ୍ଟ ବନ୍ଦ ହୋଇଯାଇଥିଲା। ଏବେ ସବୁ କିଛି ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଥିବା ବେଳେ DL ଓ LL ପାଇ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।