ଅନ୍‌ଲାଇନ୍‌ରେ ଲାଇସେନ୍ସ କରୁଛନ୍ତି କି? ସାବଧାନ! ମାତିଛନ୍ତି ଡିଜିଟାଲ୍‌ ଦଲାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଡିଜିଟାଲ୍‌ ଦଲାଲ। ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁ’ରେ ଅନ୍‌ଲାଇନ୍‌ରେ ତିଆରି ହୋଇଛି ଫେକ୍‌ ୱେବ୍‌ସାଇଟ୍‌। ଯାହାର ଜାଲ୍‌ରେ ପଡ଼ି ଠକେଇର ଶିକାର ହୋଇଛନ୍ତି ଆପଣ। ଇଡ୍ରାଇଭିଂ ଲାଇସେନ୍ସ ଓଆର୍‌ଜି ମାରିବା କ୍ଷଣି ସରକାରୀ ୱେବ୍‌ସାଇଟ୍‌ ତାଲିକା ସହିତ ଉକ୍ତ ଫେକ୍‌ ୱେବ୍‌ସାଇଟ୍‌ ଦେଖାଯିବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ  ଡିଜିଟାଲ ଇଣ୍ଡିାଆ ଓ ସ୍ୱଚ୍ଛ ଭାରତ […]

rto-office-will-open-in-hali-day-in-odisha

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଡିଜିଟାଲ୍‌ ଦଲାଲ। ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁ’ରେ ଅନ୍‌ଲାଇନ୍‌ରେ ତିଆରି ହୋଇଛି ଫେକ୍‌ ୱେବ୍‌ସାଇଟ୍‌। ଯାହାର ଜାଲ୍‌ରେ ପଡ଼ି ଠକେଇର ଶିକାର ହୋଇଛନ୍ତି ଆପଣ।

ଇଡ୍ରାଇଭିଂ ଲାଇସେନ୍ସ ଓଆର୍‌ଜି ମାରିବା କ୍ଷଣି ସରକାରୀ ୱେବ୍‌ସାଇଟ୍‌ ତାଲିକା ସହିତ ଉକ୍ତ ଫେକ୍‌ ୱେବ୍‌ସାଇଟ୍‌ ଦେଖାଯିବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ  ଡିଜିଟାଲ ଇଣ୍ଡିାଆ ଓ ସ୍ୱଚ୍ଛ ଭାରତ ଲୋଗ ରହିଛି। ଏହାସହ ଉପରେ ପ୍ରାଇଭେଟ୍‌ ସର୍ଭିସ୍ ପ୍ରୋଭାଇଡର୍‌ ସହ ଲରନର ଲାଇସେନ୍ସ, ସ୍ଲଟ୍‌ ବୁକିଂ ଓ ଆରଟିଓ ସରଭିସ୍‌ ଯୋଗାଉଥିବା ସ୍ପଷ୍ଟ ଉଲ୍ଲେଖ ରହିଛି।

ୱେବସାଇଟରେ ଦିଆଯାଇଥିବା ଫର୍‌ମାଟର ସର୍ତ ପୂରଣ କରିବା ପରେ ସିଧାସଲଖ ଆସିଯିବ ରେଟ ଚାର୍ଟ। ଯେଉଁଥିରେ DL ପାଇଁ ୧୯୫୦ ଟଙ୍କା ଉଲ୍ଲେଖ ରହିଛି। ଏହାଛଡ଼ା କେଉଁ ମୋଡରେ ପେମେଣ୍ଟ କରିବେ, ତାହା ମଧ୍ୟ ଲେଖା ହୋଇଛି। ପେମେଣ୍ଟ କରିବା ମାତ୍ରେ ଟଙ୍କା କଟିଯିବ। ହେଲେ DL ଆସିବ ନାହିଁ। ଆଉ ଠକାମୀରେ ଶିକାର ହୋଇଯିବେ। ଏମିତି ଠକାମୀରେ ଶିକାର ହୋଇଛନ୍ତି ଜ୍ଞାନ ରଂଜନ ଦାସ। ଏହି ଫେକ୍‌ ୱେବସାଇଟ ମାଧ୍ୟମରେ ଠକେଇର ଶିକାର ହେବା ପରେ ଏବେ ସେ ଚିନ୍ତାରେ ପଡ଼ିଛନ୍ତି।

ଡିଏଲଟିଏ ଆବେଦନ ପାଇଁ ଦଲାଲ ବା ମିଡଲ ମ୍ୟାନଙ୍କୁ ହଟାଇବା ପାଇଁ  ଜୋରଦାର ଧରପଗଡ଼ ହୋଇଥିଲା। ଦଲାଲଙ୍କୁ ଗିରଫ ସହ ସେମାନଙ୍କ ଆଡ୍ଡାକୁ ମଧ୍ୟ ମାଟିରେ ମିସାଇଦିଆଯାଇଥିଲା। ଏପଟେ ଠକେଇ ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଟାର୍ଗେଟ କରିଛନ୍ତି ଦଲାଲ। ସରକାରୀ ଭାବେ ଲର୍‌ନର୍ ଲାଇସେନ୍ସ ଓ  ଡିଏଲ୍ ପାଇଁ ୧୦୦୦ ଟଙ୍କା ଖଚ୍ଚ ହେଉଛି। ମାତ୍ର  ଉକ୍ତ ଦଲାଲ ଏସବୁ ସୁବିଧା ଦେବା ନାରେ ୧୯୫୦ ଟଙ୍କା ହଡପ୍‌ କରୁଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଦଲାଲଙ୍କ ସହ କିଛି ସରକରୀ ବାବୁଙ୍କ ଲିଙ୍କ ରହୁଛି କି? ଫେକ ଅନଲାଇନ ୱେବସାଇଟ କାରୀଙ୍କୁ ଧରିବା ଦରକାର ନୁହେଁ କି?

Related story