ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ହେବେ ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି। ଝାଡ଼ଖଣ୍ଡର ରାଜ୍ୟପାଳ ଡକ୍ଟର ସୟିଦ ଅହମ୍ମଦଙ୍କ ସ୍ଥାନରେ ଦ୍ରୌପଦୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ରାଜ୍ୟପାଳ ହେବାର ଦ୍ରୌପଦୀ ମୁର୍ମୁ ବନି ଯାଇଛନ୍ତି ଓଡ଼ିଶାର ପ୍ରଥମ ମହିଳା। ପୁଣି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବି ପାଇବାରେ ସେ ହେଉଛନ୍ତି ରାଜ୍ୟ ବିଜେପିର ପ୍ରଥମ ନେତା। ଓଡ଼ିଶାରୁ […]

dropadi

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 01:57 AM IST

ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ହେବେ ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି। ଝାଡ଼ଖଣ୍ଡର ରାଜ୍ୟପାଳ ଡକ୍ଟର ସୟିଦ ଅହମ୍ମଦଙ୍କ ସ୍ଥାନରେ ଦ୍ରୌପଦୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ରାଜ୍ୟପାଳ ହେବାର ଦ୍ରୌପଦୀ ମୁର୍ମୁ ବନି ଯାଇଛନ୍ତି ଓଡ଼ିଶାର ପ୍ରଥମ ମହିଳା। ପୁଣି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବି ପାଇବାରେ ସେ ହେଉଛନ୍ତି ରାଜ୍ୟ ବିଜେପିର ପ୍ରଥମ ନେତା। ଓଡ଼ିଶାରୁ ଆହୁରି କିଛି ବିଜେପି ନେତା ରାଜ୍ୟପାଳ ହେବା ନେଇ ଦିଲ୍ଲୀରେ ଲବି ଚଲାଇଥିଲେ ବୋଲି କୁହାଯାଉଛି। ତେବେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ଆଉ ଦ୍ରୌପଦୀ ମୁର୍ମୁ ଚର୍ଚ୍ଚାରେ ନଥିଲେ ବି ଶେଷରେ ସେ ଏହି ସାମ୍ବିଧାନିକ ପଦ ପାଇଛନ୍ତି। ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ସେ କହିଥିଲେ ଯେ ଏହା ଏକ ପଦବୀ ନୁହେଁ। ଏହା ଏକ ଦାୟିତ୍ୱ। ଏ ଦାୟିତ୍ୱକୁ ସେ ସୂଚାରୁ ରୂପେ ସଂପାଦନ କରିବା ଲାଗି ଉଦ୍ୟମ କରିବେ।

୫୭ ବର୍ଷୀୟ ଦ୍ରୌପଦୀ ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା। ପୂର୍ବରୁ ସେ ଦୁଇଥର ବିଧାୟିକା ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି।  ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ। ରାଇରଙ୍ଗପୁର ବିଧାନସଭା ଆସନରୁ ସେ ଜିତି ବିଧାନସଭାକୁ ଆସିଥିଲେ। ସେହି ବର୍ଷ ସେ ରାଷ୍ଟ୍ରମନ୍ତ୍ରୀ ପଦ ବି ପାଇଥିଲେ। ଏହା ପରେ ୨୦୦୪ରେ ପୁଣି ଥରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ସେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ।

ବିଧାନସଭାକୁ ଆସିବା ପୂର୍ବରୁ ସେ ରାଇରଙ୍ଗପୁର ଏନଏସିର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଏବେ ସେ ପଶ୍ଚିମ ମୟୂରଭଞ୍ଜ ବିଜେପିର ସାଂଗଠନିକ ଦାୟିତ୍ୱ ନିର୍ବାହ କରୁଥିଲେ।

ସାନ୍ତାଳୀ ଭାଷା ସାହିତ୍ୟର ବିକାଶ ପାଇଁ ସେ କାର୍ଯ୍ୟକରି ଆସୁଛନ୍ତି। ଅନେକ ସାମାଜିକ ସଂଗଠନ ସହିତ ବି ଜଡ଼ିତ ଅଛନ୍ତି।

Related story