ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କଲେ ଜାକବ ପ୍ରଧାନ

ବାଲିଗୁଡ଼ା (ଅଜିତ ନାୟକ): କଂଗ୍ରେସରୁ ଟିକେଟ ନମିଳିବାରୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ। ଆଜି ସେ ନିଜ ସମର୍ଥକଙ୍କ ଗହଣରେ ଯାଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଯାହାକୁ ନେଇ ଜାକବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କଂଗ୍ରେସ ପ୍ରକାଶ […]

jacob-pradhan

Manoranjan Sial
  • Published: Tuesday, 26 March 2019
  • , Updated: 26 March 2019, 04:47 PM IST

ବାଲିଗୁଡ଼ା (ଅଜିତ ନାୟକ): କଂଗ୍ରେସରୁ ଟିକେଟ ନମିଳିବାରୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ। ଆଜି ସେ ନିଜ ସମର୍ଥକଙ୍କ ଗହଣରେ ଯାଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଯାହାକୁ ନେଇ ଜାକବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କଂଗ୍ରେସ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଜାକବଙ୍କ ନାଁ ନଥିଲା।

ଟିକେଟ କଟିବା ପରେ ସେ କହିଥିଲେ,“ଦଳର ନିର୍ବାଚନ ବିପର୍ଯ୍ୟୟ ବେଳେ ମୁଁ ଜିତି କଂଗ୍ରେସର ମର୍ଯ୍ୟାଦା ରଖିଥିଲି। ପ୍ରଦୀପ ମାଝୀ ମୋ ବିରୋଧରେ ମିଥ୍ୟା ରିପୋର୍ଟ ଦେଇ ଟିକେଟ କାଟିଲେ। ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛି।”

Related story