ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ସମୁଦ୍ର ସ୍ନାନର ମଜା ନେଉଥିଲେ। ଠିକ୍ ଏତିକି ବେଳେ ମାରିଲା ଫିଡ୍ସ। ପାଣି ଭିତରୁ ଆଉ ଉଠି ପାରିଲେନି। ସମୁଦ୍ର ଢେଉ ଚାହୁଁଚାହୁଁ ତାଙ୍କୁ ଭସାଇ ନେଇଥିଲା। ତାଙ୍କ ସହ ଆସିଥିବା ଲୋକେ ଏହା ଦେଖି ଚିତ୍କାର କରିବା ପୂର୍ବରୁ କଥା ସରିଥିଲା। ତଥାପି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କଲେ। ଆଜି ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ରରେ ଗାଧେଇବା ବେଳେ ଏଭଳି ଭାବେ ଚାଲି ଯାଇଛି ଜଣେ ଯାତ୍ରୀଙ୍କ ଜୀବନ।
ମୃତକ ହେଲେ ପଶ୍ଚିମବଙ୍ଗ ଉତ୍ତରଚବିଶ ପ୍ରଗଣାର ଲୀଳା ବିଶ୍ୱାସ। ଆଜି ମଧ୍ୟାହ୍ନରେ ସେ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ଫିଡ୍ସ୍ ମାରିଥିଲା। ସେ ପାଣିରେ ପଡିଯାଇଥିଲେ। ନିଜ ଉପରୁ ନିୟନ୍ତ୍ରଣ ହରାଇ ମାତ୍ରାଧିକ ଲୁଣି ପାଣି ପିଇଦେଇଥିଲେ। ତାଙ୍କୁ ପାଣିରୁ ଉଦ୍ଧାର କରାଯାଇ ତୁରନ୍ତ ପୁରୀ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।