ସାମାନ୍ୟ କଥାରୁ ବାପାଙ୍କୁ ମାରିଦେଲା ପୁଅ

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ସାମାନ୍ୟ କଥାରୁ ବାପ ଓ ପୁଅଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପାଙ୍କ ପେଟରେ ଏକ ଧାରୁଆ ଅସ୍ତ୍ରରେ ଭୁସି ଦେଇଥିଲା ନିଜ ରକ୍ତର ପୁଅ। ଆଉ ଘଟଣାସ୍ଥଳରେ ଚାଲିଯାଇଥିଲା ବାପାଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। କୌଣସି କଥାକୁ ନେଇ ବୀରମହାରାଜପୁର ଥାନା ବୈରାଗୀପାଲି ଗାଁ ଗଣ୍ଡା ଘୁଟା ଓ ତାଙ୍କ ପୁଅ ଜଗମୋହନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଧୀରେ ଧୀରେ […]

son-murder

son-murder

Manoranjan Sial
  • Published: Thursday, 02 January 2020
  • Updated: 02 January 2020, 05:49 PM IST

Sports

Latest News

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ସାମାନ୍ୟ କଥାରୁ ବାପ ଓ ପୁଅଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପାଙ୍କ ପେଟରେ ଏକ ଧାରୁଆ ଅସ୍ତ୍ରରେ ଭୁସି ଦେଇଥିଲା ନିଜ ରକ୍ତର ପୁଅ। ଆଉ ଘଟଣାସ୍ଥଳରେ ଚାଲିଯାଇଥିଲା ବାପାଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

କୌଣସି କଥାକୁ ନେଇ ବୀରମହାରାଜପୁର ଥାନା ବୈରାଗୀପାଲି ଗାଁ ଗଣ୍ଡା ଘୁଟା ଓ ତାଙ୍କ ପୁଅ ଜଗମୋହନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା। ପରେ ଉତ୍ତ୍ୟକ୍ତ ପୁଅ ଜଗମୋହନ ଏକ ଧାରୁଆ ଅସ୍ତ୍ର ବୃଦ୍ଧ ବାପାଙ୍କ ପେଟରେ ଭୁସି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗଣ୍ଡାଙ୍କ ଜୀବନ ଚାଲି ଯାଇଥିଲା। ହତ୍ୟା କରିବା ପରେ ଜଗମୋହନ ଫେରାର ହୋଇଯାଇଛି।

ବୀରମହାରାଜପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos