ଆବର୍ଜନା ଡମ୍ପିଂକୁ ଦାରୁଠେଙ୍ଗ ବାସୀଙ୍କ ବିରୋଧ, ଡମ୍ପିଂସ୍ଥଳ ନିକଟରେ ଗଛ ପକାଇ ରାସ୍ତା ଅବରୋଧ

ଭୁବନେଶ୍ୱର: ଆବର୍ଜନା ଡମ୍ପିଂକୁ ନେଇ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଆଜି ବି ସ୍ଥାନୀୟ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିଛନ୍ତି। ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଅଳିଆ ଟ୍ରକ ରାସ୍ତାରେ ଅଟକି ରହିଛି। ଅନ୍ୟପକ୍ଷରେ ଦାରୁଠେଙ୍ଗ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଗତିକାଲି ଆବର୍ଜନା ଡିମ୍ପଂକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ଶାନ୍ତି ପୂର୍ଣ୍ଣ ବିରୋଧ କରିଥିଲେ। ପରେ ଭୁଆଶୁଣି ଡମ୍ପିଂ ଆଡ଼କୁ ଯିବାକୁ ଉଦ୍ୟମ କରିବା […]

bbsr

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 08:02 PM IST

ଭୁବନେଶ୍ୱର: ଆବର୍ଜନା ଡମ୍ପିଂକୁ ନେଇ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଆଜି ବି ସ୍ଥାନୀୟ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିଛନ୍ତି। ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଅଳିଆ ଟ୍ରକ ରାସ୍ତାରେ ଅଟକି ରହିଛି।

ଅନ୍ୟପକ୍ଷରେ ଦାରୁଠେଙ୍ଗ ସରପଞ୍ଚଙ୍କୁ ଗିରଫ କରାଯାଇଛି।

ଗତିକାଲି ଆବର୍ଜନା ଡିମ୍ପଂକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ଶାନ୍ତି ପୂର୍ଣ୍ଣ ବିରୋଧ କରିଥିଲେ। ପରେ ଭୁଆଶୁଣି ଡମ୍ପିଂ ଆଡ଼କୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ୍‌ ବାଧାଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପୋଲିସ୍ ଉପରକୁ ପ୍ରବଳ ଢେଲା ପଥର ମାଡ଼ କରିଥିଲେ। ଲୋକଙ୍କୁ ଅଟକାଇବାକୁ ଯାଇ ପୋଲିସ୍ ଟିୟର ଗ୍ୟାସ୍ ପ୍ରୟୋଗ କରିବା ସହ ମୃଦୁ ଲାଠି ଚାଳନା କରିଥିଲା। ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ ।  ଶାନ୍ତି କମିଟି ଓ ପ୍ରଶାସନ ମଧ୍ୟରେ  ଆଲୋଚନା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ଜଣେ ସ୍ଥାନୀୟ ଗ୍ରାମବାସୀ କହିଛନ୍ତି,“ଡମ୍ପିଂରେ ଆବର୍ଜନା ପକାଇବା ବନ୍ଦ ହେଲା ଯାଏଁ ଆମେ ଆନ୍ଦୋଳନ କରିବୁ। ଆମେ ବିସ୍ଥାପିତ ଲୋକ। ସରକାର ଆମକୁ ବିସ୍ଥାପିତ କରି ଆଣିବା ବେଳେ ବିଶେଷ ସୁବିଧା ଦେବ ବୋଲି କହିଥିଲେ। କିନ୍ତୁ ଆମ  ଘର ଠାରୁ ୧୦୦ ମିଟର ଦୂରରେ ଡମ୍ପିଂୟାର୍ଡ କଲେ।”

Related story