ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁରରୁ ଜଣେ ନକଲି ତହସିଲଦାର ଗିରଫ ହୋଇଛନ୍ତି। ତାଙ୍କ ନାଁ ଖଗେଶ୍ୱର ଓରଫ ପୃଥୀରାଜ ପ୍ରଧାନ। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ଗତ ମେ’ ମାସରେ ଅଡ଼ାପାଣି ଗାଁର ରବିଶଙ୍କର ପାରେ ନିଜ ଟ୍ରାକ୍ଟରରେ ବାଲି ନେଇ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ସେମାନଙ୍କ ମଧ୍ୟରେ ଖଗେଶ୍ୱର ଥିଲେ। ସେ ନିଜକୁ ଝାରବନ୍ଧର ତହସିଲଦାର ବୋଲି ପରିଚୟ ଦେଇଥିଲେ। ଏଥିସହ ବାଲି ନେଉଥିବାରୁ ଖଜଣା ନାଁରେ ରବିଶଙ୍କରଙ୍କ ଠାରୁ ୨୩ ହଜାର ଟଙ୍କା ଠକି ନେଇ ଯାଇଯାଇଥିଲେ। ପରେ ରବିଶଙ୍କର ଠକେଇ ବିଷୟରେ ଜାଣିଥିଲେ ଓ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଉକ୍ତ ଯୁବକମାନଙ୍କୁ ଖୋଜୁଥିବା ବେଳେ ଗତକାଲି ଖଗେଶ୍ୱରଙ୍କ ବିଷୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲା ଏବଂ ଚଢ଼ଉ କରି ଗିରଫ କରିଥିଲା। ଗିରଫ କରି ପଚରାଉଚରା କରିବା ପରେ ପୁଲିସ୍ ତାଙ୍କୁ କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।