ଭାଇଚାରାର ମନ୍ତ୍ର ବାଣ୍ଟୁଛି ଦୁର୍ଗାପୂଜା, ୩୫ ବର୍ଷ ଧରି ମଙ୍ଗ ଧରିଛନ୍ତି  କୋହିନୁର ଇସଲାମ

ବାରିପଦା(ମାଣିକ ଲାଲ ପାଣି): ବାରିପଦାରେ ହେଉଛି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇଚାରାର ଦୁର୍ଗାପୂଜା। ପ୍ରତିବର୍ଷ ଦୁର୍ଗାପୂଜା ଆସିଲେ ଏହି ଭାଇଚାରାର ପୂଜାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥାଏ । ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟା କୋହିନୁର ଇସଲାମ । ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ଏହି ପୂଜା ପାଳିତ ହୋଇ ଆସୁଛି। ତେବେ ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ । ଆଉ […]

6nmb1

Tapas Behera
  • Published: Saturday, 24 October 2020
  • , Updated: 24 October 2020, 03:31 PM IST

ବାରିପଦା(ମାଣିକ ଲାଲ ପାଣି): ବାରିପଦାରେ ହେଉଛି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇଚାରାର ଦୁର୍ଗାପୂଜା। ପ୍ରତିବର୍ଷ ଦୁର୍ଗାପୂଜା ଆସିଲେ ଏହି ଭାଇଚାରାର ପୂଜାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥାଏ । ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟା କୋହିନୁର ଇସଲାମ । ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ଏହି ପୂଜା ପାଳିତ ହୋଇ ଆସୁଛି। ତେବେ ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ । ଆଉ ପ୍ୟାଣ୍ଡେଲରେ ଲାଗିଛି ମା’ଙ୍କ ପ୍ରତିମାର ଫୋଟଚିତ୍ର ।

୩୫ବର୍ଷ ଧରି କର୍ତ୍ତାୟାନୀ ବେଷରେ ପୂଜା ପାଇଥାନ୍ତି ମହାଦେବୀ ।  ଏହି ପୂଜାର ମଙ୍ଗ ଧରିଛନ୍ତି ସାହିର ମୁରବୀ କୋହିନୁର ଇସଲାମ । କୋହିନୁର ହୁଏତ ଭିନ୍ନ ସମ୍ପ୍ରଦାୟର କିନ୍ତୁ ୩୫ ବର୍ଷ ତଳେ ସାହିର ସମସ୍ତଙ୍କୁ ଏକଜୁଟ କରି ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ତେନ୍ତୁଳିଡିଙ୍ଗା ସାର୍ବଜନୀନ ଦୁର୍ଗାପୂଜା । ଆଉ ସେହିଦିନ ଠାରୁ ନିରବଚ୍ଛିନ୍ନ ଭାବେ ପୂଜା କରାଯାଇ କୋହିନୁରଙ୍କ ଭାଇଚାରାର ବାର୍ତ୍ତା ମହକୁଛି ।

Related story