ପୂର୍ବତଟ ରେଳବାଇ ଏବଂ ଓଡ଼ିଶା ପାଇଁ ୭୦୧୦ କୋଟି ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ ପୂର୍ବତଟ ରେଳବାଇ ଏବଂ ଓଡ଼ିଶାରେ ରେଳର ବିକାଶ ପାଇଁ ସମୁଦାୟ ୭୦୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥ ଗତବର୍ଷ ତୁଳନାରେ ୧୩% ଅଧିକ। ଏଥିରେ ରେଳ ଧାରଣାରେ ବିଦ୍ୟୁତିକରଣ, ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା, ୱାର୍କଶପ, ରେଳ ଧାରଣାର ବିକାଶ ଓ କର୍ମଚାରୀଙ୍କ ଉନ୍ନତି ଆଦି ପାଇଁ ଖର୍ଚ୍ଚ କରାଯିବ। ପୂର୍ବତଟ ରେଳବାଇ ଅଧୀନରେ ନୂଆ ରେଳ ଧାରଣା ପାଇଁ ଚଳିତ ବର୍ଷ ୨୬୩୦ କୋଟିର […]

t

Hemant Lenka
  • Published: Friday, 01 February 2019
  • , Updated: 01 February 2019, 08:36 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ ପୂର୍ବତଟ ରେଳବାଇ ଏବଂ ଓଡ଼ିଶାରେ ରେଳର ବିକାଶ ପାଇଁ ସମୁଦାୟ ୭୦୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥ ଗତବର୍ଷ ତୁଳନାରେ ୧୩% ଅଧିକ। ଏଥିରେ ରେଳ ଧାରଣାରେ ବିଦ୍ୟୁତିକରଣ, ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା, ୱାର୍କଶପ, ରେଳ ଧାରଣାର ବିକାଶ ଓ କର୍ମଚାରୀଙ୍କ ଉନ୍ନତି ଆଦି ପାଇଁ ଖର୍ଚ୍ଚ କରାଯିବ।

ପୂର୍ବତଟ ରେଳବାଇ ଅଧୀନରେ ନୂଆ ରେଳ ଧାରଣା ପାଇଁ ଚଳିତ ବର୍ଷ ୨୬୩୦ କୋଟିର ବ୍ୟୟ ଅଟକଳ କରାଯାଇଛି। ଯାହା ଗତବର୍ଷ ତୁଳନାରେ ୬୭% ଅଧିକ।

ଯାତ୍ରୀଙ୍କ ସୁବିଧା ପାଇଁ ୧୮୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଯାହା ଗତବର୍ଷ ତୁଳନାରେ ୧୧୯% ଅଧିକ। ଚଳିତ ବର୍ଷ ଏହି ବାବଦରେ ୮୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ନୂଆ ରେଳ ଧାରଣା

ପ୍ରକଳ୍ପର ନାଁ                                ଟଙ୍କା

ଅନୁଗୁଳ-ସୁକିନ୍ଦା ରୋଡ(୯୮.୭ କିମି)  ୨୫୦ କୋଟି

ହରିଦାସପୁର-ପାରାଦୀପ(୮୨ କିମି)  ୪୦୦ କୋଟି

ଖୋର୍ଦ୍ଧା-ବଲାଙ୍ଗିର (୨୮୯ କିମି)      ୩୫୦ କୋଟି

ତାଳଚେର-ବିମଳାଗଡ଼(୧୫୪ କିମି)  ୧୫୦ କୋଟି

ଜୟପୁର-ମାଲକାନଗିରି (୧୨୭ କିମି)  ୭୦ କୋଟି

ଜୟପୁର-ନବରଙ୍ଗପୁର(୩୮କିମି)      ୧୦ କୋଟି

ରେଳ ଧାରଣା ଦୋହରୀକରଣ/୩ୟ ରେଳ ଲାଇନ୍‌

ପ୍ରକଳ୍ପର ନାଁ                                                 ଟଙ୍କା

ସମ୍ବଲପୁର-ତାଳଚେର(୧୭୪.୧୧ କିମି)              ୨୪୯ କୋଟି

ସମ୍ବଲପୁର-ଟିଟିଲାଗଡ଼(୧୮୨.୧୧କିମି)               ୧୭୦ କୋଟି

ବାଂଶପାଣି-ଦୈତାରୀ-ଟମକା-ଯଖପୁରା(୧୮୦କିମି)  ୮୫ କୋଟି

ଭଦ୍ରକ-ନିର୍ଗୁଣ୍ଡି (ତୃତୀୟ ଲାଇନ୍‌)(୮୦କିମି)            ୮୬ କୋଟି

ବିଜିୟାନଗରମ-ସମ୍ବଲପୁର (ତୃତୀୟ ଲାଇନ୍‌)       ୩୫୦ କୋଟି

ଝାରପଡ଼ା-ବୁଢ଼ାପଙ୍କ (୩ୟ ଓ ୪ର୍ଥ ଲାଇନ)          ୧୨୦ କୋଟି

ବୁଢ଼ାପଙ୍କ-ସାଲେଗାଓଁ(୩ୟ ଓ ୪ର୍ଥ)                ୨୧୦ କୋଟି

କୋରାପୁଟ-ସିଙ୍ଗାପୁର                                ୨୦୫ କୋଟି

ମନୋହରପୁର-ବନ୍ଧମୁଣ୍ଡା(୩ୟ ଲାଇନ୍)             ୪୦ କୋଟି

ରାଉରକେଲା-ଝାରସୁଗୁଡ଼ା(୩ ଲାଇନ୍‌)            ୧୫୦ କୋଟି

ବନ୍ଧମୁଣ୍ଡା-ରାଉରକେଲା(୪ର୍ଥ ଲାଇନ୍‌)             ୨୦ କୋଟି

Related story