ବିଜେଡିକୁ ଅନୁରୋଧ, ମୋତେ ରାଜନୀତିକୁ ଟାଣନ୍ତୁ ନାହିଁ: ଜଗିମଙ୍ଗତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍&zwnj; ଇନ୍&zwnj; ଓଡ଼ିଶା କନ୍&zwnj;କ୍ଲେଭରୁ କନ୍&zwnj;ଫେଡେରେସନ ଅଫ୍&zwnj; ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (CII) ଓହରି ଯିବା ପରେ ବିବାଦ ଘନୀଭୂତ ହୋଇଛି। ଏଥିପାଇଁ ବିଜେଡି ସିଆଇଆଇର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗିମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି। ମାତ୍ର ଏପରି ଆରୋପକୁ ଖଣ୍ଡନ କରିଛନ୍ତି ଜଗିମଙ୍ଗତ।</p> <p>ଜଗିମଙ୍ଗତ କହିଛନ୍ତି-&ldquo;ମୋର ବିଜେଡିକୁ ଅନୁରୋଧ, ମୋତେ ରାଜନୀତିକୁ ଟାଣନ୍ତୁନି। ଯେହେତୁ ବୈଜୟନ୍ତ ପଣ୍ଡା ସିଧାସଳଖ ରାଜନୀତିରେ ଜଡ଼ିତ ଅଛନ୍ତି, ଆପଣ ତାଙ୍କୁ ନେଇ ରାଜନୀତି କରିପାରନ୍ତି। ମୁଁ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରିଆସୁଛି। ଆମ ଇଣ୍ଡଷ୍ଟ୍ରିରେ ଏବେ ୩୦୦୦ କର୍ମଚାରୀ କାମ କରୁଛନ୍ତି। ଓଡ଼ିଶା ଇଣ୍ଡଷ୍ଟ୍ରି ପ୍ରତି ମୋର ଯେଉଁ ଭଲ ପାଇବା ଅଛି, ତାହା ସଦାବେଳେ ରହିବ। ଇଷ୍ଟର୍ଣ୍ଣ ରିଜିଅନ୍&zwnj; ଅଧ୍ୟକ୍ଷା ଭାବେ ମୁଁ ମେକ୍&zwnj; ଇନ୍&zwnj; ଓଡ଼ିଶାକୁ ପୂରା ସହଯୋଗ ଦେବି। ଯେମିତି ମେକ୍&zwnj; ଇନ୍&zwnj; ଓଡ଼ିଶା ସଫଳ କାର୍ଯ୍ୟକ୍ଷମ ହେବ। ଗତକାଲିଠାରୁ ଯେଉଁ ବିବାଦ ଦେଖାଦେଇଛି ସେ ସଂପର୍କରେ ସେମାନେ CII ଓଡ଼ିଶା ଅଫିସ୍ କିମ୍ବା କେନ୍ଦ୍ରୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।&rdquo;</p>

Ordigital Desk
  • Published: Wednesday, 11 April 2018
  • Updated: 11 April 2018, 05:02 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍&zwnj; ଇନ୍&zwnj; ଓଡ଼ିଶା କନ୍&zwnj;କ୍ଲେଭରୁ କନ୍&zwnj;ଫେଡେରେସନ ଅଫ୍&zwnj; ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (CII) ଓହରି ଯିବା ପରେ ବିବାଦ ଘନୀଭୂତ ହୋଇଛି। ଏଥିପାଇଁ ବିଜେଡି ସିଆଇଆଇର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗିମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି। ମାତ୍ର ଏପରି ଆରୋପକୁ ଖଣ୍ଡନ କରିଛନ୍ତି ଜଗିମଙ୍ଗତ।</p><p>ଜଗିମଙ୍ଗତ କହିଛନ୍ତି-&ldquo;ମୋର ବିଜେଡିକୁ ଅନୁରୋଧ, ମୋତେ ରାଜନୀତିକୁ ଟାଣନ୍ତୁନି। ଯେହେତୁ ବୈଜୟନ୍ତ ପଣ୍ଡା ସିଧାସଳଖ ରାଜନୀତିରେ ଜଡ଼ିତ ଅଛନ୍ତି, ଆପଣ ତାଙ୍କୁ ନେଇ ରାଜନୀତି କରିପାରନ୍ତି। ମୁଁ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରିଆସୁଛି। ଆମ ଇଣ୍ଡଷ୍ଟ୍ରିରେ ଏବେ ୩୦୦୦ କର୍ମଚାରୀ କାମ କରୁଛନ୍ତି। ଓଡ଼ିଶା ଇଣ୍ଡଷ୍ଟ୍ରି ପ୍ରତି ମୋର ଯେଉଁ ଭଲ ପାଇବା ଅଛି, ତାହା ସଦାବେଳେ ରହିବ। ଇଷ୍ଟର୍ଣ୍ଣ ରିଜିଅନ୍&zwnj; ଅଧ୍ୟକ୍ଷା ଭାବେ ମୁଁ ମେକ୍&zwnj; ଇନ୍&zwnj; ଓଡ଼ିଶାକୁ ପୂରା ସହଯୋଗ ଦେବି। ଯେମିତି ମେକ୍&zwnj; ଇନ୍&zwnj; ଓଡ଼ିଶା ସଫଳ କାର୍ଯ୍ୟକ୍ଷମ ହେବ। ଗତକାଲିଠାରୁ ଯେଉଁ ବିବାଦ ଦେଖାଦେଇଛି ସେ ସଂପର୍କରେ ସେମାନେ CII ଓଡ଼ିଶା ଅଫିସ୍ କିମ୍ବା କେନ୍ଦ୍ରୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos