ସାଧାରଣ ନିର୍ବାଚନ ପାଇଁ  ନିର୍ବାଚନ କମିଶନଙ୍କ ପ୍ରସ୍ତୁତି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ।  ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ, ଏସପି, ପୁଲିସ୍‌, ଆଇଜି ଓ ୩ ରାଜସ୍ୱ ଆୟୋଗଙ୍କ ସମେତ ବରିଷ୍ଠ […]

bbsr-12

Jyoshna Pradhan
  • Published: Thursday, 14 February 2019
  • , Updated: 14 February 2019, 08:28 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଏହି ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ।  ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ, ଏସପି, ପୁଲିସ୍‌, ଆଇଜି ଓ ୩ ରାଜସ୍ୱ ଆୟୋଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ।

ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପ୍ରସ୍ତୁତି ନେଇ କମିଶନ ଅନୁଧ୍ୟାନ କରିବା ସହ ପୁଲିସ୍‌, ନୋଡାଲ ଅଫିସର ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୧୫ ତାରିଖରେ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ୍‌ ଡିଜି, ଆଇନ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ।

Related story