ପୂର୍ବ ଭାରତର ଇକମୋ ହବ୍ ହେବ ଏସ୍‌ସିବି: ମୁଖ୍ୟମନ୍ତ୍ରୀ

କଟକ (ଓଡ଼ିଶା ରିପୋର୍ଟର): ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌। ଆଜି ଏଠାରେ ଇକ୍‌ମୋ ମେସିନ୍‌ର ଉଦ୍‌ଘାଟନ କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ […]

cmmm

Tapaswini Nayak
  • Published: Friday, 27 August 2021
  • , Updated: 27 August 2021, 01:56 PM IST

କଟକ (ଓଡ଼ିଶା ରିପୋର୍ଟର): ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌। ଆଜି ଏଠାରେ ଇକ୍‌ମୋ ମେସିନ୍‌ର ଉଦ୍‌ଘାଟନ କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଏସସିବି ମେଡିକାଲର ହୃଦରୋଗ ଶଲ୍ୟ ବିଭାଗରେ ମୋଟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ ଆଗରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା। ଏବେ ସେହିଭଳି ରୋଗୀଙ୍କୁ ଏସସିବିରେ ଇକମୋ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଏଥିପାଇଁ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ୍ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିଲା।

Related story