ମରଣ ମୁହଁରୁ ଛଡ଼ାଇ ଆଣି ପାରୁଥିବା ECMO ଚିକିତ୍ସା ସୁବିଧା ଓଡ଼ିଶାରେ ମିଳୁନି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ ଭିତରେ ନେଇ ଯାଉଛି ଜୀବନ। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ଇକମୋ (ECMO)ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଙ୍ଗ୍ କରିବାକୁ ପଡୁଛି। ଏହି କ୍ରମରେ ଆଜି ଖୋଦ୍ […]

ecmo

ecmo

Ranjit Kumar Jena
  • Published: Monday, 07 June 2021
  • Updated: 07 June 2021, 10:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ ଭିତରେ ନେଇ ଯାଉଛି ଜୀବନ। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ଇକମୋ (ECMO)ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଙ୍ଗ୍ କରିବାକୁ ପଡୁଛି।

ଏହି କ୍ରମରେ ଆଜି ଖୋଦ୍ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତା ନିଆଯାଇଛି। ତେଣେ ଲୋକଙ୍କୁ ବ୍ୟୟବହୁଳ ଇକମୋ ଚିକିତ୍ସାରୁ ମୁକ୍ତି ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠିବା ପରେ ହଠାତ୍ ନିଦ ଭାଙ୍ଗିଛି। ଡିଏମଇଟି କହିଛନ୍ତି ଆଗରୁ ECMO ମେସିନର ସେତେଟା ବ୍ୟବହାର ନଥିଲା। କରୋନା କାଳରେ ଏହାର ଆବଶ୍ୟକତା ବଢ଼ିବାରୁ ଏବେ SCBରେ ୬ଟି ୟୁନିଟ୍ ଖୋଲିବା ଯୋଜନା ହେଉଛି।

ପ୍ରାଣରକ୍ଷକ ECMO ଚିକିତ୍ସା ପାଇଁ ଆଜି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାରଲିଫ୍ଟିଂ କରାଯାଇଛି। ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଲକାତାର ଏକ ସୁପର ସ୍ପେଶାଲିଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଟକରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦେବାଶିଷଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ଅଣାଯାଇଥିଲା। ସେଠୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଉଭୟ ଇକମୋ ଓ କ୍ରିଟିକାଲ କେୟାରର ଦୁଇଟି ଟିମ୍ ବି ଆସିଥିଲେ।

ସେପଟେ ରାଜଧାନୀର ଏକ ଘରୋଇ ମେଡିକାଲରେ ଇକମୋ ଚିକିତ୍ସିତ ହେଉଛନ୍ତି ଆଠଗଡ଼ର ୩୮ ବର୍ଷ ବୟସ୍କ ଦିବ୍ୟରଞ୍ଜନ ବେହେରା। ସଂଘାତିକ ଫୁସଫୁସ୍ ସଂକ୍ରମଣରେ ଆକ୍ରାନ୍ତ ଦିବ୍ୟରଞ୍ଜନଙ୍କୁ ଇକମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବାର ଥିଲା, ହେଲେ ସୌଭାଗ୍ୟବଶତଃ ଭୁବନେଶ୍ୱରରେ ହଠାତ୍ ସେ ମେସିନ୍ ଉପଲବ୍ଧ ହୋଇଯିବାରୁ ଚିକିତ୍ସା ଚାଲିଛି।

ଦିବ୍ୟରଞ୍ଜନଙ୍କ ଚିକିତ୍ସା ପାଇଁ ଦିନକୁ ଦେଢ଼ରୁ ୩ଲକ୍ଷ ଟଙ୍କା ଆବଶ୍ୟକ ହେଉଛି। ତେଣୁ ପରିବାର ଲୋକେ ଏବେ ସାହାଯ୍ୟ ଅପେକ୍ଷାରେ ଅଛନ୍ତି। ସେମିତି ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ରାଜଧାନୀରେ ଚିକିତ୍ସିତ ହେଉଥିବା ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ର। ମାତ୍ର ମାସେ ତଳେ ବାହାଘର ହୋଇଥିଲା ତାଙ୍କର। ଶଙ୍ଖା, ସିନ୍ଦୁର ବଞ୍ଚାଇବାକୁ ପତ୍ନୀ ଏବେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।

ଏଠି ପ୍ରଶ୍ନ, ଜୀବନ ବଞ୍ଚାଇବାକୁ ଓଡ଼ିଶାରୁ ଆଉ କେତେ ରୋଗୀ ଏୟାର ଲିଫ୍ଟିଂ ହେବେ? କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍ ସହ ଘାତକ ଦ୍ୱିତୀୟ ଲହରରେ ଗୁରୁତରଙ୍କୁ, ସିଧା ମରଣ ମୁହଁରୁ ଛଡ଼ାଇ ଆଣି ପାରୁଥିବା ଇକମୋ ବା ଏକ୍ସଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ ଅକ୍ସିଜେନେସନ୍ ମେସିନ୍ କାହିଁକି ରାଜ୍ୟର କୌଣସି ସରକାରୀ ମେଡିକାଲରେ ନାହିଁ ? ଏଭଳି ବହୁ ଚର୍ଚ୍ଚା ଆଲୋଚନା ଓ ପ୍ରଶ୍ନବାଣ ପରେ ହଠାତ୍ ସରକାରଙ୍କ ନିଦ ଭାଙ୍ଗିଛି। ଡିଏମଇଟି କହିଛନ୍ତି ଆଗରୁ ECMO ମେସିନର ସେତେଟା ବ୍ୟବହାର ନଥିଲା ଓ ଏହାକୁ ଚଲାଇବାକୁ ସ୍ୱତନ୍ତ୍ର ମାନବ ସମ୍ବଳରୁ ଆବଶ୍ୟକତା ରହିଛି ଏବେ SCBରେ ୬ଟି ୟୁନିଟ୍ ଖୋଲିବା ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos