ସାତକୋଶିଆ ଗଣ୍ଡ ପାଖରେ ଇକୋ ରି-ଟ୍ରିଟ୍

ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର  କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡ ଠାରେ ଇକୋ ରିଟ୍ରିଟ୍ ଶୁଭାରମ୍ଭ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ହୋଇଛି । କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି , ବିଧାୟକ ଦେବୀ ପ୍ରସାଦ ମିଶ୍ର ଫିତା କାଟି  ଇକୋ ଟ୍ରିଟ୍‌ର […]

7bn

Tapas Behera
  • Published: Wednesday, 09 December 2020
  • , Updated: 09 December 2020, 05:29 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର  କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡ ଠାରେ ଇକୋ ରିଟ୍ରିଟ୍ ଶୁଭାରମ୍ଭ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ହୋଇଛି । କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି , ବିଧାୟକ ଦେବୀ ପ୍ରସାଦ ମିଶ୍ର ଫିତା କାଟି  ଇକୋ ଟ୍ରିଟ୍‌ର ୨୭ଟି କଟେଜର ଶୁଭାରମ୍ଭ କରିଛନ୍ତି। ମହାନଦୀ କୂଳେକୂଳେ ଦିବା ଝରଣା , ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ ନେବେ ପର୍ଯ୍ୟଟକ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟ୍ ଆରମ୍ବ ହୋଇଥିବା ବେଳେ ଚଳିତ ବର୍ଷ ସାତକୋଶିଆ ବାଲିପୁଟ ସମେତ ରାଜ୍ୟର କୋଣାର୍କ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଏହା ଆରମ୍ଭ ହୋଇଛି । ଏଥିପାଇଁ ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରିପାରିବେ। କଟକ ଜିଲ୍ଲାରେ ପ୍ରଥମ ତଥା ନରସିଂହପୁର ବ୍ଲକର ବାଲିପୁଟରେ ଏହି ସେବା ଆରମ୍ଭ ହୋଇଛି।

Related story