ଖେଳୁଥିଲା ପୁଲିସ, ଖେଳ କଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଳୁଥିଲା ପୁଲିସ, ହେଲେ ଖେଳ କଲା ଇଡି। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଗିରଫ ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି। ଇଡିର ଆବେଦନ ଉପରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ଦେଲେ ଅନୁମତି। ତାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ସୂଚନା ମୁତାବକ, ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ଖିଅ କାଢ଼ିବାକୁ ଝାଳ ବୁହାଉଛନ୍ତି ଇଡ଼ି ଅଧିକାରୀ। କାଲି ରାଜ୍ୟବ୍ୟାପି ୬ ସ୍ଥାନରେ ମାରାଥନ୍ […]

sit

  • Published: Friday, 11 November 2022
  • , Updated: 11 November 2022, 10:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଳୁଥିଲା ପୁଲିସ, ହେଲେ ଖେଳ କଲା ଇଡି। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଗିରଫ ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି। ଇଡିର ଆବେଦନ ଉପରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ଦେଲେ ଅନୁମତି। ତାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି।

ସୂଚନା ମୁତାବକ, ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ଖିଅ କାଢ଼ିବାକୁ ଝାଳ ବୁହାଉଛନ୍ତି ଇଡ଼ି ଅଧିକାରୀ। କାଲି ରାଜ୍ୟବ୍ୟାପି ୬ ସ୍ଥାନରେ ମାରାଥନ୍ ଚଢ଼ାଉ କରି ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତିର ସୁରାଗ୍ ହାତେଇଥିବା ଇଡ଼ି ଆଜି ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ବାନ୍ଧି ଥିଲା। ଅର୍ଚ୍ଚନା ଓ ଜଗବନ୍ଧୁ ଭଳି ସମାନ ଦଫାରେ ଛନ୍ଦି ହୋଇଛନ୍ତି ଖଗେଶ୍ୱର। ତାଙ୍କ ବିରୋଧରେ ୧୬ଟି ଦଫା ଲାଗିଛି।

ପ୍ରାଥମିକ ତଦନ୍ତରୁ ନାଗ-ଚାନ୍ଦ ଦମ୍ପତ୍ତିଙ୍କ ସହ ସେ ୨୦୧୭ ପରଠୁ ପ୍ରାୟ ୭୦ ଲକ୍ଷ ଲକ୍ଷ ଟଙ୍କା ଆର୍ଥିକ କାରବାର କରିଥିବା ଜଣାପଡ଼ିଛି। ଏହି ଆର୍ଥିକ କାରବାରର ସୁରାଗ୍ ପରେ ଖଗେଶ୍ୱରର ସମସ୍ତ ସମ୍ପତ୍ତିର ଆକଳନ କରୁଛି ଇଡ଼ି। ସୂଚନା ମିଳିଛି ଭୁବନେଶ୍ୱରରେ ଅର୍ଚ୍ଚନା କରିଥିଲା ଆଲିସାନ୍‌ ବଙ୍ଗଳାକୁ ଲାଗି ଖଗେଶ୍ୱର ପ୍ଲଟ କିଣିଛନ୍ତି। ଏହି ପ୍ଲଟରେ ଏବେ ବଙ୍ଗଳା ନିର୍ମାଣ ଚାଲିଛି। ତେଣୁ ଏତେ ସମ୍ପତ୍ତିର ସେ କେମିତି ମାଲିକ ବନିଲେ ? କେଉଁ ସୂତ୍ରରେ ନାଗ-ଚାନ୍ଦ ଦମ୍ପତ୍ତି ସହ ଆର୍ଥିକ କାରବାର କରୁଥିଲେ ଖଗେଶ୍ୱର ? କେଉଁଠୁ ଆସୁଥିଲା ଏତେ ଟଙ୍କା ? ୧୦ ଦିନିଆ ରିମାଣ୍ଡରେ ନେଇ ଖଗେଶ୍ୱର ଓରଫ ଖଗାଙ୍କ ଠାରୁ ସେସବୁରୁ ସତ ଉଗାରିବ ଇଡ଼ି।

ତେବେ ଏହି ମାମଲାରେ ପୁଲିସ ନିରବ ରହିବାକୁ ଯଥାସମ୍ଭବ ଚେଷ୍ଟା କରିବା ସହ ଖଗେଶ୍ୱରଙ୍କ ପାଖରେ ପହଞ୍ଚିପାରିନଥିଲା। ଯାହାକୁ ନେଇ ପୁଲିସର ଭୂମିକା ଉପରେ ସନ୍ଦେହ ପ୍ରକାଶ ପାଇଛି। ଅକ୍ଟୋବର ୬ରେ ଅର୍ଚ୍ଚନାର ଗିରଫଦାରୀ ପରଠୁ ଖଗେଶ୍ୱରର ପତ୍ତା ପାଉନଥିଲା ପୁଲିସ।

ତେବେ ଖଗେଶ୍ୱରଙ୍କ ପାଖରେ ଶେଷରେ ଇଡି ପହଞ୍ଚି ତାଙ୍କୁ ଗିରଫ କରିଛି। ଅପରପକ୍ଷେ ନାଗ-ଚାନ୍ଦ ଦମ୍ପତ୍ତି ଓ ଖଗେଶ୍ୱର ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ହୋଇଥିବା ସୂଚନା ମିଳିଛି। ସେପଟେ ଏହି ମାମଲାର ଆର୍ଥିକ କାରବାର ନେଇ ଇଡିକୁ ଏସ୍ଆଇଟିର ରିପୋର୍ଟ ତଲବ ପରେ ପ୍ରଭାବଶାଳୀଙ୍କ ଛାତି ଏବେ ଧଡ଼ଧଡ଼ ହେଉଛି। ଏସ୍ଆଇଟି କଳାଧନ ଅର୍ଜନର ଖୋଳତାଡ଼ କରିପାରେ। ଏସ୍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୩ରେ ନୂଆଦିଲ୍ଲୀ ଠାରେ ବସିଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।

ସେପଟେ ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ମୂଳ କାଢ଼ିବାକୁ ଝାଳ ବୁହାଉଥିବା ଇଡ଼ି ଅଧିକାରୀ ହାତେଇବାରେ ଲାଗିଛନ୍ତି ଅର୍ଚ୍ଚନା ନାଗଙ୍କ ଧନ ଅର୍ଜନର କଳାଚିଠା। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଯାଞ୍ଚବେଳେ ୨୦୧୭ ପରଠୁ ଦେଢ଼ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ଡିପୋଜିଟ୍ ହୋଇଥିବା ଜଣାପଡ଼ିଛି। ତାହା ପୁଣି ରାଜ୍ୟର ବିଭିନ୍ନ ଏଟିଏମ୍ ଏବଂ ବ୍ୟାଙ୍କ ଜରିଆରେ ଲକ୍ଷେ, ଦୁଇ ଲକ୍ଷ ଟଙ୍କା ବହୁବାର ଜମା ହୋଇଛି।

ତେବେ କିଏ ଡିପୋଜିଟ୍ କରିଛି ଏତେ ପରିମାଣର ଅର୍ଥ ? କାହିଁକି ଦିଆଯାଉଥିଲା ଟଙ୍କା ? ତାକୁ ନେଇ ଇଡ଼ି ଖୋଳତାଡ଼ କରିବା ସହ ନାଗ-ଚାନ୍ଦ ଦମ୍ପତ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି। ଯଦି ଉଭୟଙ୍କୁ ଇଡ଼ି ରିମାଣ୍ଡରେ ନିଏ, ତାହେଲେ ସାମ୍ନାକୁ ଆସିବ କି ହନିଟ୍ରାପ୍‌ରେ ଫସିଥିବା ମାଳ ମାଳ ନେତା, ମନ୍ତ୍ରୀଙ୍କ ଅସଲ ଚେହେରା ?

ହେଲେ ପୁଲିସର ନିରବତା ପରେପରେ ଇଡି ଓ ଏସ୍ଆଇଟି ଏଭଳି ତତ୍ପରତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Related story