ନନ୍ଦନକାନନକୁ ଆସିବ ଆଫ୍ରିକୀୟ ସିଂହ ଓ ଧଳା ଗଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବିଦେଶ ଚିଡ଼ିଆଖାନାରୁ ଆସିବ ଜନ୍ତୁ। ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ସିଙ୍ଗାପୁର ଚିଡ଼ିଆଖାନାରୁ ବିଭିନ୍ନ ଜନ୍ତୁ ତଥା ଧଳା ଗଣ୍ଡା ଆସିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବସିଥିବା ୨୭ ତମ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ନନ୍ଦନକାନନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିଭଳି ନନ୍ଦନକାନନର ବିକାଶ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାକୁ କିଭଳି ରୂପରେଖ ଦିଆଯିବ ସେ ସଂକ୍ରାନ୍ତରେ ଆଜିର ବୈଠକରେ ଆଲୋଚନା ହୋଇଛି। […]

rrr

rrr

Manoranjan Sial
  • Published: Friday, 24 January 2020
  • Updated: 24 January 2020, 07:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବିଦେଶ ଚିଡ଼ିଆଖାନାରୁ ଆସିବ ଜନ୍ତୁ। ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ସିଙ୍ଗାପୁର ଚିଡ଼ିଆଖାନାରୁ ବିଭିନ୍ନ ଜନ୍ତୁ ତଥା ଧଳା ଗଣ୍ଡା ଆସିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବସିଥିବା ୨୭ ତମ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ନନ୍ଦନକାନନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେହିଭଳି ନନ୍ଦନକାନନର ବିକାଶ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାକୁ କିଭଳି ରୂପରେଖ ଦିଆଯିବ ସେ ସଂକ୍ରାନ୍ତରେ ଆଜିର ବୈଠକରେ ଆଲୋଚନା ହୋଇଛି। ରୋପ ୱେ କାମ ବର୍ତ୍ତମାନ ଆରମ୍ଭ ହୋଇଛି। ତେବେ ଟଏ ଟ୍ରେନ୍‌ ଧାରଣାକୁ ପାରି ହୋଇ ଲୋକେ ରୋପ ୱେ ନିକଟକୁ ଯାଉଥିବାରୁ ଅସୁବିଧା ହେଉଛି। ଅସୁବିଧା ଦୂର ପାଇଁ ଟଏ ଟ୍ରେନ୍ ଧାରଣାକୁ ପାରି ପାଇଁ ଏକ ଓଭରପାସ୍ ନିର୍ମାଣ କରାଯିବ।

ଭୁବନେଶ୍ୱର ଖାରବେଳ ଭବନରେ ଆୟୋଜିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଶଶୀ ପଲ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos