୧୭ଟି ଫସଲର ହୋଇପାରିବ ବୀମା, ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ବୀମା ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ବୀମା ସୁବିଧା ଅଧିକ ସଂଖ୍ୟକ ଚାଷୀ ଯେଭଳି ନେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଫସଲ ବୀମା ପଞ୍ଜିକରଣର ଶେଷଦିନ ଥିବାରୁ ଚାଷୀମାନଙ୍କୁ ଏହାର ଫାଇଦା ନେବାକୁ କୁହାଯାଇଛି। […]

crops-for-Kharif

crops-for-Kharif

Ordigital Desk
  • Published: Monday, 20 June 2022
  • Updated: 21 June 2022, 11:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ବୀମା ସୁବିଧା ଅଧିକ ସଂଖ୍ୟକ ଚାଷୀ ଯେଭଳି ନେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଫସଲ ବୀମା ପଞ୍ଜିକରଣର ଶେଷଦିନ ଥିବାରୁ ଚାଷୀମାନଙ୍କୁ ଏହାର ଫାଇଦା ନେବାକୁ କୁହାଯାଇଛି।

ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଫସଲ ବୀମା ସମନ୍ୱୟ କମିଟି ବୈଠକରେ ବୀମା ସର୍ତ୍ତ ଅନୁସାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ । ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ବୀମା ରାଶି ପଠାଇବାରେ କୌଣସି ଅବହେଳା ହେଲେ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ସତର୍କ କରାଇ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ଫସଲ ବୀମା ପାଇଁ ନିୟୋଜିତ ଥିବା ୩ଟି ବୀମା କମ୍ପାନୀ ଏଚଡିଏଫସି ଆରଗୋ, ରିଲାଏନ୍ସ ଜିଆଇସି, ଏଗ୍ରିକଲଚର ଇନ୍ୟୁରାନ୍ସ କମ୍ପାନୀର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଚଳିତ ଖରିଫ ଋତୁରେ ଧାନ, ଚିନାବାଦାମ, ମକା, ହରଡ. ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଭଳି ୮ଟି ଫସଲ ଏବଂ ରବି ଋତୁରେ ଧାନ, ବିରି,ମୁଗ, ସୋରିଷ, ଚିନାବାଦାମ, ଆଳୁ, ପିଆଜ, ସୂର୍ଯ୍ୟମୁଖୀ ଓ ଆଖୁ ଭଳି ୯ଟି ଫସଲକୁ ବୀମାଭୁକ୍ତ କରାଯାଇପାରିବ । ବୀମା କ୍ଷତିପୂରଣବେଳେ ବୀମା କମ୍ପାନୀଗୁଡ଼ିକ ଧାନ ଫସଲ ନିମନ୍ତେ ପଂଚାୟତକୁ ୟୁନିଟ୍ ଭାବେ ଓ ଅଣଧାନ ଫସଲ ପାଇଁ ବ୍ଲକକୁ ୟୁନିଟ୍ ଭାବେ ବିଚାର କରିଥାନ୍ତି ।

ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ସୁଦ୍ଧା ବୀମାଭୁକ୍ତ ବା ପଞ୍ଜିକରଣ କରାଇନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଅବଶ୍ୟ ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ହେଉଛି । ତେବେ ଯେଉଁ ଚାଷୀ ଋଣ ନେଉନାହାନ୍ତି ସେମାନେ ଚାହିଁଲେ ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ମଧ୍ୟ ନିଜ ଫସଲର ବୀମା କରାଇ ପାରିବେ ।

ସୂଚନାଯୋଗ୍ୟ, ୨୦୨୧ ଖରିଫ ଋତୁରେ ୧୨.୩୦ଲକ୍ଷ ଚାଷୀଙ୍କର ୧୦.୫୦ଲକ୍ଷ ହେକ୍ଟର ଚାଷଜମି ବୀମାଭୁକ୍ତ ହୋଇଥିଲା । ସେହିପରି ଋବି ଋତୁରେ ୩୪ହଜାର ଚାଷୀ ବୀମାଭୁକ୍ତ ହୋଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର, ଅର୍ଥ ସଚିବ, କୃଷି ସଚିବ, କୃଷି ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଓ ବୀମା କମ୍ପାନୀର ପଦାଧିକାରୀ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story